ପୁନର୍ଗଠିତ ହେଲା ଓୟୁଜେର ବାଲେଶ୍ଵର ଜିଲ୍ଲା ଶାଖା

ଗଙ୍ଗାଧର ରାଉତ ସଭାପତି, ବିବେକାନନ୍ଦ ଦାସ ସମ୍ପାଦକ, ସୁରେଶ ଚନ୍ଦ୍ର ଦାସ କୋଷାଧ୍ୟକ୍ଷ ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ବାଲେଶ୍ବର ଜିଲ୍ଲା ଶାଖାର ଦ୍ୱିବାର୍ଷିକ ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଆଗାମୀ ଦୁଇ ବର୍ଷ ପାଇଁ ମନୋନୀତ କରାଯାଇଛି। ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଚୟନ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମିଟିରେ ପରାମର୍ଶ ଦାତା ଭାବେ ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ, ଚନ୍ଦ୍ରମୋହନ ମହାପାତ୍ର, କୈଳାସ ଚନ୍ଦ୍ର ଦାସ, ଅଜିତ କୁମାର ମହାନ୍ତି ସୁକାନ୍ତ ବିନ୍ଧାଣୀ ରହିଛନ୍ତି। ନୂତନ କମିଟିରେ ଗଙ୍ଗାଧର ରାଉତଙ୍କୁ ସଭାପତି, ବିବେକାନନ୍ଦ ଦାସଙ୍କୁ ସାଧାରଣ ସମ୍ପାଦକ ଓ କୋଷାଧକ୍ଷ ଭାବେ ସୁରେଶ ଚନ୍ଦ୍ର ଦାସଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ମନୋନୀତ କରାଯାଇଛି। ସେହିପରି ନୂତନ କମିଟିରେ ଉପସଭାପତି ଭାବେ ଉତ୍କଳ ବନ୍ଧୁ ପଣ୍ଡା, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ସମ୍ପାଦକ ଭାବରେ ତପୋଧନ ବାରିକ, ନନ୍ଦକିଶୋର ସାହୁ, ଲକ୍ଷ୍ମୀଧର ବାରିକ, ରବିରଞ୍ଜନ ତ୍ରିପାଠୀ, ସୋମନାଥ ସାହୁ ମନୋନୀତ ହୋଇଥିବା ବେଳେ ବ୍ଲକ ସଂଯୋଜକ ଭାବେ ସୋରରୁ ସୁଶାନ୍ତ କୁମାର ବେହେରା, ରମାକାନ୍ତ ପଣ୍ଡା, ବାହାନଗାରୁ ଜୟଦେବ ଆଚାର୍ଯ୍ୟ, ସିମୁଳିଆରୁ ଗଦାଧର ଜେନା, ରେମୁଣାରୁ ଲକ୍ଷ୍ମୀଧର ଗାଣ, ବାଲିଆପାଳରୁ ରାଜଶ୍ରୀ ପାଣିଗ୍ରାହୀ, ବାଲେଶ୍ବରରୁ ମହେଶ୍ୱର ପ୍ରଧାନ, ଖଇରା ପାଇଁ ଉମେଶ ଚନ୍ଦ୍ର ଜେନା ଓ ସଞ୍ଜୟ କୁମାର ବେହେରା ରହିଛନ୍ତି। ସାଂଗଠନିକ ଦାୟିତ୍ଵ ଦୁଇ ଜଣ ଅଭିଜ୍ଞ ସଦସ୍ୟ ମଧୁସୂଦନ ଦାସ ଓ ତୃପ୍ତିକାନ୍ତ ପାଢ଼ୀଙ୍କୁ ଦିଆଯାଇଥିବା ବେଳେ ୟୁନିଅନର ଶୃଙ୍ଖଳା କମିଟିରେ ଅଛନ୍ତି ଅରୂପ ଦାସ, କୈଳାସ ଚନ୍ଦ୍ର ଦାସ, ମନୋଜ ରାୟ, ସନ୍ତୋଷ କୁମାର ନାୟକ। ଜିଲ୍ଲାରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ, ଉତ୍ତରଦାୟୀ ଓ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଜନତାଙ୍କ ପାଇଁ ପ୍ରତିଶ୍ରୁତି ବଦ୍ଧ କରେଇବାକୁ ସଦସ୍ୟ ମାନେ କାର୍ଯ୍ୟ କରିବା ଉପରେ ବରିଷ୍ଠ ସଦସ୍ୟମାନେ ଗୁରୁତ୍ବ ଆରୋପ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.