ସାଲେଦମକରେ ସିଆରସି ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ତାଲବାହାଲ ପଞ୍ଚାୟତ ସାଲେଦମକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ କରୁଣାକର ସାହୁଙ୍କ ଅଧ୍ୟକ୍ଷତାରେ ଡୁମେରମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସଭାରେ ତାଲବାହାଲ ସରପଞ୍ଚ ନନ୍ଦିକିଶୋର ବଗର୍ତ୍ତୀ ମୁଖ୍ୟ ଅତିଥି, ୱାର୍ଡ଼ ସଭ୍ୟ ଅନନ୍ତ ସୁନା, ଏସଏମସି ସଭାପତି ଜୈଏଲ ସିଂ ବାରିକ, ଉପସଭାନେତ୍ରୀ ସସ୍ମିତା ରାଉତ, ସାମାଜିକ କର୍ମୀ ଶଙ୍କର ମେର୍ଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ସୁଲିଆମାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତ ବଗର୍ତ୍ତୀ ମୁଖ୍ୟ ବକ୍ତା ରହିଥିଲେ | କୁମ୍ଭାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷକ କୁମୁଦରଞ୍ଜନ ସୁନା ଅତିଥି ପରିଚୟ ପ୍ରଦାନ କରିଥିଲେ | ସିଆରସିସି ଉପେନ୍ଦ୍ର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | କାଲିକ୍ଷେତ ନୂତନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର ସଭା ସଂଯୋଜନା କରିଥିଲେ | ଏହି ଅବସରରେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ଗୀତ, କ୍ଵିଜ, ନୃତ୍ୟ, ତର୍କ, ଦୌଡ଼ ସମେତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ | ଶେଷରେ ଶିକ୍ଷକ ସୁଶାନ୍ତକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.