ଓଡ଼ିଆ ବାର୍ତ୍ତା/ ବରଗଡ଼: ଟିପିଡବ୍ଲ୍ୟୁଓଡିଏଲ୍ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆୟୋଜନରେ ଜଳବାୟୁ ସହନଶୀଳ କୃଷି ଉପରେ ଏକ ପ୍ରକଳ୍ପ ଅଭିମୁଖୀକରଣ କର୍ମଶାଳା ଆୟୋଜିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମମତା ରାଣୀ ତ୍ରିପାଠୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ବରଗଡ଼ ଉଦ୍ଘାଟନ କରିଥିଲେ ଏବଂ ତାଙ୍କ ସମେତ କୃଷି ବିଭାଗର ବିଭିନ୍ନ ଅଧିକାରୀ ଏବଂ ଟି.ପି.ଡବ୍ଲୁ.ଡି.ଏଲ୍ ର ପ୍ରତିନିଧିମାନେ ଯୋଗଦେଇଥିଲେ। ଅରୁଣା ମାରାଣ୍ଡି, ର ସାମାଜିକ ଦାୟିତ୍ୱ ବୋଧ ମୁଖ୍ୟ ଡ. ଅଞ୍ଜନ କୁମାର ନାୟକ, ସହକାରୀ କୃଷି ନିର୍ଦେଶକ, ବରଗଡ଼, ଶୁଭଶ୍ରୀ ସୌମ୍ୟା ବିଭାର, ଡି.ପି.ଓ, ଆତ୍ମା ବରଗଡ଼, ତନ୍ମୟୀ ସାହାନି, ସହକାରି ଉଦ୍ୟାନ କୃଷି ନିର୍ଦେଶକ, ସୁଶ୍ରୀସ୍ମିତା ପଣ୍ଡା, ସହକାରୀ କୃଷି ଅଧିକାରୀ, ଆମ୍ବାଭୋନା ଓ ଭଟଲି, ମନୋଜ କୁମାର ପଟ୍ଟନାୟକ, ଅଧୀକ୍ଷଣ ଯନ୍ତ୍ରୀ, ବରଗଡ଼, ମଦନ କରଲି, ସହକାରୀ ଯନ୍ତ୍ରୀ, ଗଙ୍ଗାଧର ଲିଫ୍ଟ ଇରରିଗେସନ ବରଗଡ଼, ସୁଜାତା ଛତ୍ରିଆ । ଭାଟଲି ଓ ଅମ୍ବାଭୋନା ବ୍ଲକର ୬୦ରୁ ଅଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କୃଷି ବିଶେଷଜ୍ଞ ଅଶୁତୋଷ ପାଲ ଏବଂ ମହାଶକ୍ତି ଫାଉଣ୍ଡେସନର ସୁଶାନ୍ତ କୁମାର ଦାସ ବୈଷୟିକ ତଥ୍ୟ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଦେଶୀ ଧାନ ଓ ଡାଲି ବୀଜ ସହିତ ଟମାଟୋ, ଲଙ୍କା ଓ ବାଇଗଣ ଚାରା ପ୍ରଦର୍ଶନ କରାଯାଇଥିବା ଜଳବାୟୁ ସହନଶୀଳ ଫସଲ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଚାଷୀମାନଙ୍କ ପାଇଁ ସଚେତନତା, ଜ୍ଞାନ ଆଦାନପ୍ରଦାନ ଓ ସ୍ଥାୟୀ କୃଷି ପ୍ରୋତ୍ସାହନର ଏକ ଉପଯୋଗୀ ପଦକ୍ଷେପ ହୋଇଥିଲା।





