କଲ୍ୟାଣସିଂହପୁରରେ ୧୨ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କେନ୍ଦ୍ର ସରକାରଙ୍କ ଜନବିରୋଧି ନିତୀ, ଏମ୍ ଏମ୍ ଡି ଆର୍ (ସଂଶୋଧିତ) ଆଇନ୍ -୨୦୨୬ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ଓଡ଼ିଶାର ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ଆହ୍ୱାନରେ କଲ୍ୟାଣସିଂହପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କଂଗ୍ରେସ ବ୍ଲକ ସଭାପତି ଚିନ୍ତାଲି ନାଗେଶ୍ୱର ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଯୁବ କଂଗ୍ରେସ ନେତା ପ୍ରଶାନ୍ତ ନନ୍ଦ କୌଶଲ୍ୟା ଓ ସି ପି ଆଇ ଏମ୍ ବ୍ଲକ ସମ୍ପାଦକ ରାମଚନ୍ଦ୍ର ପ୍ରାସ୍କା ସହ ସମସ୍ତ କର୍ମୀମାନେ ପିକେଟିଂ କରି ବନ୍ଦରେ ସାମିଲ ହେବା ପାଇଁ ସହରବାସୀଙ୍କୁ ନିବେଦନ କରିଛନ୍ତି । ଗାଡି ଚଳାଚଳ, ସ୍କୁଲ, କଲେଜ, ସରକାରୀ ଅଫିସ, ପେଟ୍ରୋଲ ପମ୍ପ, ଆମ ବସ ସେବା ଆଦି ବନ୍ଦ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.