ବାଲିଯାତ୍ରାରେ ଛୁରାମାଡ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ବାଲିଯାତ୍ରାରେ ଅଘଟଣ | ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ । ଏହି ଘଟଣାରେ ବୁଡ଼ାଗୁଡ଼ା ଗ୍ରାମର ଉତ୍ତରା କାଡ୍ରାକା ଙ୍କ ପୁଅ ମହେଶ କାଡ୍ରାକା ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ | ଅଚାନା କାଡ୍ରାକା ଙ୍କ ପୁଅ ରୋହନ କାଡ୍ରାକା ଗୁରୁତର ଆହତ ହୋଇଛନ୍ତି |ଆହତ କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଉଛ ଚିକିତ୍ସା ନିମନ୍ତେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ସ୍ୱମ୍ୟ ରଞ୍ଜନ ଜେନା କହିଛନ୍ତି । ରାୟଗଡାଡ଼ା ଡାକ୍ତରଖାନାରୁ ଉଚ୍ଚ ସ୍ତରୀୟ ଉତ୍ତମ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି ମେଳା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ହିଂସା କାଣ୍ଡକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଘଟଣା ସ୍ଥଳରୁ ପଲିସ ଦୁଇ ଜଣକୁ ଉଦ୍ଧାର କରି କଲ୍ୟାଣସିଂହପୁର ଡାକ୍ତରଖାନା ଆଣିଥିଲେ ଘଟଣାକୁ ନେଇ ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାପନ୍ଥା ଅବଲମ୍ବନ କରିଥିଲା | ଘଟଣାକୁ ନେଇ ବୁଡ଼ାଗୁଡ଼ା ଗ୍ରାମରେ ଚାପା ଉତେଜନା ମୂଳକ ଆଜି ସକାଳେ ଗ୍ରାମବାସୀ ରାଜ୍ୟ ରାଜପଥ ଅବରୋଧ କରିଥିବାରୁ ପୋଲିସ ପକ୍ଷରୁ ଚାନ୍ଦିଲି ଥାନା ଅଞ୍ଚଳ ଗାଡ଼ି ଶେଷଖାଲ ପଞ୍ଚାୟତ ରାଣ୍ଡିକଣା ଗ୍ରାମର ଜଣେ ଅଭିଯୁକ୍ତ କୁ ପୋଲିସ ଅଟକ ରଖି ସବେଶେଷ ତଥ୍ୟ ସଂଗ୍ରହ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶବକୁ ବ୍ୟବଛେଦ କରାଯାଇନଥିବା ଜଣା ପଡ଼ିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.