ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କିଡିଙ୍ଗ ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ଜମୁନାବାହାଲ ଗାଁର ଜିଙ୍କୁ ଭୋଇ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଓଡି ୦୮ ଆର୍ ୮୦୮୫ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର କାଉଗୁଡ଼ା-କିଡିଙ୍ଗ ନୂତନ ଆରଡି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲା। କାମ ସାରି ନିଜ ଘରକୁ ଫେରୁଥିବା ବେଳେ କିଡିଙ୍ଗ ସ୍ଥିତ ଏକ ଧାନ ଜମିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଚାଳକ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ଖବର ପାଇ ସିକେରକୁପା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଶବ ଗୃହକୁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି।





