କିଡିଙ୍ଗ ଠାରେ ଜଳସମ୍ପଦ ବିଭାଗ ପକ୍ଷରୁ କୃଷକ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ମୃତ୍ତିକା ଓ ଜଳ ପରିଚାଳନା ଉପ-ନିର୍ଦ୍ଦେଶକ, ବ୍ରହ୍ମପୁର, ଗଞ୍ଜାମ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଠାରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅବସରପ୍ରାପ୍ତ କୃଷି ବିଶେଷଜ୍ଞ ଭୈରବ ଚନ୍ଦ୍ର ନାୟକ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ କୃଷକମାନଙ୍କୁ ବିଭିନ୍ନ ଉନ୍ନତ ଚାଷ ପ୍ରଣାଳୀ, ମୃତ୍ତିକା ପରୀକ୍ଷା, ଜଳ ପରିଚାଳନା, ଜୈବିକ ସାର ବ୍ୟବହାର ଓ କମ୍ ଖର୍ଚ୍ଚରେ ଅଧିକ ଅମଳ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ। ଚାଷ ଜମିରେ ଜଳଧାରଣ କ୍ଷମତା ବୃଦ୍ଧି ଓ ମୃତ୍ତିକା କ୍ଷୟ ରୋକିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ରୋଡ ପଞ୍ଚାୟତ ନାଏବ ସରପଞ୍ଚ ଅନଙ୍ଗ ମାଝୀ, କିଡିଙ୍ଗ ପାଣି ପଞ୍ଚାୟତ ସଭାପତି କୈାନୁଜ ରାଉତ, ସମ୍ପାଦକ ଗୁଣ ବଗର୍ତ୍ତି, ଲାଞ୍ଜିଗଡ଼ ସହକାରୀ କୃଷି ଅଧିକାରୀ ଭାଗ୍ୟଶ୍ରୀ ମେହେର, ସହକାରୀ କୃଷି ଯନ୍ତ୍ରୀ ଅଶୋକ କୁମାର ଆଚାର୍ଯ୍ୟ, କାରକଟା ପାଣି ପଞ୍ଚାୟତ କୋଷାଧ୍ୟକ୍ଷ ଗୋବିନ୍ଦ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ କିଡିଙ୍ଗ ଓ ମାଡିବନ୍ଧା ଗ୍ରାମର ଚାଷୀମାନେ ଯୋଗ ଦେଇ ଉନ୍ନତ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଶେଷରେ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.