ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ ଡୁମେରମୁଣ୍ଡା ସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଏକାଗୁଡ଼ି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାନନ୍ଦଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ପ୍ରଧାନ ଶିକ୍ଷକ ଅଗସ୍ତି ଚରଣ ଦୀପଙ୍କ ଅଧ୍ୟକ୍ଷତା ତଥା କୁମ୍ଭାରୀ ନୋଡାଲ ହାଇସ୍କୁଲ ଶିକ୍ଷକ କୁମୁଦରଞ୍ଜନ ସୁନାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଶିକ୍ଷକ ଭୁବନ ବାଗ ମୁଖ୍ୟ ଅତିଥି, ଏସଏମସି ସଭାପତି ନୀଳାମ୍ବର ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ସିଆରସିସି ଉପେନ୍ଦ୍ର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଶିକ୍ଷକ ଅନନ୍ତ ବଗର୍ତ୍ତୀ, ରାତୁ ମେହେର, କ୍ଷୀରାବ୍ଧି କଠାର ବିଦାୟୀ ଶିକ୍ଷକ ଶ୍ରୀ ମହାନନ୍ଦଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି ତାଙ୍କ ଦୀର୍ଘ ନିରୋଗ ଜୀବନ କାମନା କରିଥିଲେ | ସାଲେଦମକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କରୁଣାକର ସାହୁ ଅତିଥି ପରିଚୟ ଓ ଶିକ୍ଷକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଲକ୍ଷ୍ମୀପ୍ରିୟା ନାଏକ, ଗରୁଡ଼ ଭୋଇ, ହିମାଂଶୁ ନାୟକ, ପ୍ରଦୀପ ସେଠୀ, ଗିରିଜା ଶଙ୍କର ମାଝୀ, ଦୀପକ ମେହେର, ମନୀଶ ପଧାନ, ରବୀନ୍ଦ୍ର ରାଉତ, ଚକାମନ ବଗର୍ତ୍ତୀ, ଦାମୋଦର ଭୋଇ, ବୋନସ ସାହୁ, ସହଦେଵ ଦନ୍ତା, ନିରଞ୍ଜନ ମାଝୀ, ବ୍ରଜମୋହନ ଭୋଇ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





