ବାତ୍ୟା ଅର୍ଣ୍ଣବ: ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ୫୦ ଗୋଟି କଚ୍ଚା ଘର ପରିବାରକୁ ଥଇଥାନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବାତ୍ୟା ଅର୍ଣ୍ଣବକୁ ନେଇ ପୁରା ସଜାଗ ଅଛି ପୁରୁଷୋତ୍ତମପୁର ଏନଏସି। ଏନ ଏସି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ବାବଧାନରେ ୫୦ ଗୋଟି କଚା ଘର ଥିବା ପରିବାରକୁ କନକା ସ୍କୁଲରେ ଆଶ୍ରୟ ଦିଆଯାଇଛି। ଏଠାରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି ଆଶ୍ରୟ ନେଇଥିବା ବ୍ୟକ୍ତିମାନେ। ଏନଏସି ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରାଯାଇଥିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳର ବନ୍ଦୋବସ୍ତ ପ୍ରଶାସନ ଦ୍ୱାରା କରାଯାଇଛି। କୌଣସି ଲୋକ ବର୍ଷା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟିରେ ଯେପରି ଉପକୃତ ହେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ବ୍ୟବସ୍ତା କରିଥିବାର କହିଛନ୍ତି ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ପଟନାୟକ। ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ନାୟକ ମଧ୍ୟ ସହଯୋଗ କରୁଛନ୍ତି। ଏହାସହ ହିମାଂଶୁ ଚରଣ ସ୍ୱାଇଁ, ସିନିଅର ଆସିଷ୍ଟାଣ୍ଡ ଯେଇଙ୍କ ସହ ସତୀଶ କୁମାର ପାଣିଗ୍ରାହୀ, ସିଓ  ରଞ୍ଜିତା ପଣ୍ଡା, ଜୁନିଅର ପରାମର୍ଶଦାତା ଦେବସ୍ମିତା ସାମନ୍ତ, ଶ୍ରଦ୍ଧାଞ୍ଜଳୀ ନାୟକ, ଡ଼ି ଏମ ଏମ ୟୁ ଅସିତ କୁମାର କୁମାର ପାତ୍ର, ବଲଭଦ୍ର ନାୟକ ଏ ଟି ସି , ଜୁନିଏର ଇଞ୍ଜିନିଏର ପରାମର୍ଶ ଦାତା ରାଜେଶ କୁମାର ବେହେରା, ସହାୟକ ସୁରେନ୍ଦ୍ର କୁମାର ମହାରଣା, ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.