ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପୁରୁଷୋତ୍ତମପୁର ବ୍ଳକ ବାଣନଈ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ସେହି ଗାଁର ୭୫ ବର୍ଷ ବୟସ୍କ କୃଷ୍ଣ ଗୌଡ଼ ବୋଲି ଜଣାପଡ଼ିଛି। ଘରେ ଶୌଚାଳୟ ନଥିବାରୁ ବାହାରେ ଶୌଚ ହେବାସହ ନିକଟସ୍ଥ କାଳୀ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ପୋଖରୀ ପାବଛରେ ଗୋଡ଼ ଖସି ଯିବାରୁ ପାଣି ଭିତରେ ପଡ଼ି ବୁଡିଯାଇଥିଲେ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପୋଖରୀରେ କିଏ ନଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ କୃଷ୍ଣ ନ ଫେରିବାରୁ ଘର ଲୋକ ଆସି ଦେଖିଲା ବେଳକୁ କୃଷ୍ଣ ପାଣିରେ ଭାସୁଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜ୍ଜୁକରି ତଦନ୍ତ ଜାରି ରଖିଛି।





