ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ଯୁବ ସାମ୍ବାଦିକମାନଙ୍କୁ ଏକଜୁଟ କରିବା ସହ ସେମାନଙ୍କ ଏକତା, ସ୍ୱାଭିମାନ, ସୁରକ୍ଷା ଓ ସ୍ୱାର୍ଥରକ୍ଷା ଲକ୍ଷ୍ୟରେ ‘ବାଲେଶ୍ୱର ଯୁବ ସାମ୍ବାଦିକ ସଂଘ’ ଗଠିତ ହୋଇଛି। ନୂତନ ଭାବେ ଗଠିତ ଏହି ସଂଘର ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସଂଘର ସଭାପତି ଭାବେ ରଞ୍ଜିତ ଦାସ ମନୋନୀତ ହୋଇଥିବା ବେଳେ ସଞ୍ଜୟ ମହାଳିକ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପାଇଛନ୍ତି। ବିଦ୍ୟାଧର ମହାନ୍ତି ଓ ପ୍ରଦୀପ ବେରା ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସେହିପରି ହ୍ରିତିକ ନାୟକ ସମ୍ପାଦକ, ଚନ୍ଦନ ପାଣିଗ୍ରାହୀ ଓ ମହେଶ ମଲିକ ସହସମ୍ପାଦକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାଗବତ ଦାସ ସାଂଗଠନିକ ସମ୍ପାଦକ ଏବଂ ହରିଶଙ୍କର ଜେନା ଓ ଧର୍ମେନ୍ଦ୍ର ମହାକୁଡ଼ ସହସାଂଗଠନିକ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। କଞ୍ଜମଣୀ ସ୍ୱାଇଁ କୋଷାଧ୍ୟକ୍ଷ, ବୁଦ୍ଧେଶ୍ୱର ମଲ୍ଲିକ ଓ ସଞ୍ଜିତ୍ ଘୋଷ ମିଡିଆ ସଂଯୋଜକ ଏବଂ ସରୋଜ କୁମାର ଜେନା କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ନୂତନ ସଂଘ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ସହ ସାମ୍ବାଦିକତା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଓ ଆହ୍ୱାନର ସମାଧାନ ଦିଗରେ କାର୍ଯ୍ୟ କରିବ। ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାରର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ସମାଜର ସ୍ୱାର୍ଥ ଏବଂ ସାଧାରଣ ଲୋକଙ୍କ ସ୍ୱରକୁ ନିର୍ଭୀକ ଓ ନିରପେକ୍ଷ ଭାବେ ଉପସ୍ଥାପନ କରିବା ଏହି ସଂଘର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଦାୟିତ୍ୱବାନ ସାମ୍ବାଦିକତାର ବିକାଶ ଓ ଯୁବ ସାମ୍ବାଦିକଙ୍କ ମଧ୍ୟରେ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ଏହି ସଂଘ ଏକ ସକାରାତ୍ମକ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ ପାଇଛି।





