ଯୁଗଜ୍ୟୋତି କ୍ଳବର ‘ଉଡ଼ାନ୍’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସଦର ବ୍ଲକ୍ ଅନ୍ତର୍ଗତ ଡୁମେରବାହାଲ ଯୁଗଜ୍ୟୋତି କ୍ଳବ ପକ୍ଷରୁ ‘ଉଡ଼ାନ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ୍ ସଭାପତି ଝସକେତନ ଗଉଡ଼ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ସିଂଦେଓ, ମୁଖ୍ୟବକ୍ତା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଲେଖକ ଡିଲେଶ୍ୱର ରଣା, ସମ୍ମାନିତ ଅତିଥି ଭାବେ ଯୁବ ଲେଖକ ସୁଧୀର ଧଙ୍ଗଡ଼ାମାଝୀ, ଶିକ୍ଷାବିତ୍ ଜୟଶ୍ରୀ ବହିଦାର, ଶିକ୍ଷକ ବିନୋଦ ବିହାରୀ ବିଶି ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ଡମ୍ବରୁଧର ବେମାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଝସକେତନ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ରାଜୀବ ମାଝୀ ମଞ୍ଚ ପରିଚାଳନା କରିଥିଲେ। ସଭା ପରେ କୁନି କୁନି ପିଲା ପ୍ରତିଭା ପ୍ରଦର୍ଶନ କରିଥିଲେ। ସେହିପରି ଗୀତ, ନୃତ୍ୟ ଓ କୌତୁକ ବେଶ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ଳବର ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.