ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶିଶୁ ଦିବସ ଓ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୬-୨୭ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଏବିଇଓ ତଥା ବିଆରସିସି ହୃଷୀକେଶ ନାଏକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂଦେଓ, ପୂର୍ବତନ ଏବିଇଓ ତଥା ପ୍ରଧାନ ଶିକ୍ଷକ ଗୋପବନ୍ଧୁ ପୁଷ୍ଟି, ଯୁବ ସମାଜସେବୀ ସୁବାସ ଚନ୍ଦ୍ର ଅଗ୍ରୱାଲ, ପୂର୍ବତନ ଛାତ୍ର ତଥା ସମାଜସେବୀ ଶ୍ରୀବତ୍ସ ତାଣ୍ଡି, ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସ୍ୱାଇଁ, ଲାଞ୍ଜିଗଡ଼ ସିଆରସିସି ଜଳନ୍ଧର ମାଝୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ନୂତନ ଉଦ୍ଭାବନର ମନୋଭାବ ବୃଦ୍ଧିରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ପ୍ରଦର୍ଶନୀରେ ସ୍ଥାନ ପାଇଥିବା ସମୁଦାୟ ୬୭ଟି ପ୍ରକଳ୍ପକୁ ବିଚାରକ ଅକ୍ଷୟ କୁମାର ପୁରୋହିତ ଓ ବିଷ୍ଣୁ ପ୍ରସାଦ ରାଉତ ମୂଲ୍ୟାୟନ କରିଥିଲେ। ଅପରାହ୍ନରେ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନାଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ସଭାରେ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପ୍ରକଳ୍ପ ପ୍ରଦର୍ଶନୀରେ ବରିଷ୍ଠ ବିଭାଗରେ ଲୋକେଶ ରଞ୍ଜନ ଅଧିକାରୀ ପ୍ରଥମ, କ୍ରିତିନା ଆଚାରି ଦ୍ୱିତୀୟ, ସୌମ୍ୟରଞ୍ଜନ ପେଶନିଆ ଏବଂ ତୁଳସୀ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ କନିଷ୍ଠ ବିଭାଗରେ ସୋହାନି ବେଜ ପ୍ରଥମ, ଶ୍ରୀକାନ୍ତ ହରିଜନ ଦ୍ୱିତୀୟ ଏବଂ ତୁଳସୀ ଆଚାରୀ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା ଦାସ, ସୋନାଲି ବେହେରା, ସହ ଶିକ୍ଷକ ଦୁର୍ଗା ମାଧବ ମହାଖୁଡ଼, ଡମ୍ବରୁଧର ସାହୁ, ହିରଣ୍ୟ କୁମ୍ଭାର, ସହ ଶିକ୍ଷୟିତ୍ରୀ ସୀତା ରାଉତ, ଖେଳ ଶିକ୍ଷୟିତ୍ରୀ ନଳିନୀ ମୁଣ୍ଡଛିନା, ଶିଶୁ ସେବିକା ଗାୟତ୍ରୀ ବାଗ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।





