ରମେଶ ଧଙ୍ଗଡାମାଝୀ ଓ ମୋହିତ ଧଙ୍ଗଡାମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉଦୀୟମାନ ଚିତ୍ରଶିଳ୍ପୀ ରମେଶ ଧଙ୍ଗଡ଼ାମାଝୀ (ସାଗର) ଓ ମୋହିତ ଧଙ୍ଗଡାମାଝୀଙ୍କୁ ଯଥାକ୍ରମେ ୨୦୨୫ ଓ ୨୦୨୬ ବର୍ଷ ପାଇଁ ‘ଦେବଗିରି ଶିଳ୍ପୀ’ ସମ୍ମାନ ପ୍ରଦାନ କରାଯିବ। କୁମାରସ୍ବାମୀ ମହୋତ୍ସବର ମଞ୍ଚ ନିର୍ମାଣ କରି ଏହି ଶିଳ୍ପୀ ଦ୍ବୟ ନିଜର ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି। ଚିତ୍ରକଳା ସମେତ ବିଭିନ୍ନ ମୂର୍ତ୍ତି ନିର୍ମାଣରେ ମଧ୍ୟ ଦୁହେଁ ସିଦ୍ଧହସ୍ତ। ପ୍ରାଚୀନ ଉତ୍କଳୀୟ କଳାର ବିକାଶ ଦିଗରେ ଏମାନଙ୍କ ଅବଦାନ ଅତୁଳନୀୟ। ପାରମ୍ପରିକ କଳାର ସଂରକ୍ଷଣ ସହ ଦେବଗିରି ପ୍ରତି ସମର୍ପଣ ଭାବ ଏମାନଙ୍କ କଳାକୁ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ‘ଗୋସିଙ୍ଗ ଦୈତ୍ୟ ଦରବାର’ରେ ଏହି ଶିଳ୍ପୀ ଦ୍ୱୟଙ୍କୁ ସମ୍ମାନିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.