କୁମାରସ୍ବାମୀ ମହୋତ୍ସବର ଦ୍ଵିତୀୟ ସାନ୍ଧ୍ୟ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ରାଟ ଅଶୋକ କଳିଙ୍ଗକୁ ପଦାନତ କରିଥିଲେ ମଧ୍ୟ ଆଟବିକ ରାଜ୍ୟ ଜୟ କରିବାର ମୋହ ତ୍ୟାଗ କରିଥିଲେ। ଆଟବୀମାନଙ୍କ ବିରତ୍ବର ଗାଥା ଆଜି ମଧ୍ୟ ଦେବଗିରିରେ ଗୁଞ୍ଜରିତ ହେଉଛି। ଦେବଗିରି ବଖାଣେ ଆଟବିକଙ୍କ ବୀରତ୍ୱର ଗାଥା ବୋଲି ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ସାନ୍ଧ୍ୟ ଅଧିବେଶନରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମରେ ଚାରି ଦିନ ଧରି ଆୟୋଜିତ ହେଉଛି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’। ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ଭାରତ ବିଖ୍ୟାତ ବୈଦ୍ୟରାଜ ପବିତ୍ର ଶବର ଗୋସିଂହ ଦୈତ୍ୟ ଦରବାରର ଶୁଭ ଉଦଘାଟନ କରିଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ କ୍ଷିତିଶ ଚନ୍ଦ୍ର ମାଝୀ, ଖେଲୋ ଇଣ୍ଡିଆ କଳାହାଣ୍ଡି ଜିଲ୍ଲା ସଂଯୋଜକ ପ୍ରସୁନ୍ କୁମାର ଜାଲ(ରଞ୍ଜନ), ବିଶିଷ୍ଟ ନାରୀ ନେତ୍ରୀ ପ୍ରମିଳା ପଧାନ, ରାଜସ୍ବ ନିରୀକ୍ଷକ ବୈବସୁତ ବାଗ, ସମାଜସେବୀ ଭବାନୀ ସାହୁ, ଚନ୍ଦ୍ରଶେଖର ଶବର, ଅର୍ଜୁନ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁବ ଗାଳ୍ପିକ ଡିଲେଶ୍ବର ରଣା ମଞ୍ଚ ସଂଯୋଜନା କରିଥିଲେ। ସେହିଭଳି ଭାବେ ଦ୍ବିତୀୟ ସଂପାନରେ ମୁଖ୍ୟ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବିଶିଷ୍ଟ ଅତିଥି ଭାବେ ସିନେ ପ୍ରାୟୋଜକ ରମେଶ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବିଜେପୁରର ଶିକ୍ଷାବିତ୍ ଟୁକେନ୍ଦ୍ର ବଗର୍ତ୍ତି, ସମାଜସେବୀ ପ୍ରେମଲାଲ ରାଉତ, ମହେନ୍ଦ୍ର ବେହେରା, ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହେମନ୍ତ ସାହୁଙ୍କୁ ଦେବଗିରି ସଂଗଠନ ସମ୍ମାନ, ସୁନ୍ଦରଲାଲ ନାଏକଙ୍କୁ ଦେଶସେବା ସମ୍ମାନ, ବୈଦ୍ୟରାଜ ପବିତ୍ର ଶବରଙ୍କୁ ଦେବଗିରି ଭକ୍ତି ସମ୍ମାନ, ଗୋପିନାଥ ଶବରଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ସୁଭେନ ପଟ୍ଟନାୟକ, ସୁନ୍ଦର ମୋହନ ଛତ୍ରିଆ ଓ ଗଣେଶ ଭୋଇଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯାଇଥିଲା। ଗୋସିଂହ ଦୈତ୍ୟ ଦରବାରରେ ଓଡ଼ିଶୀ ସମେତ ଅନେକ ଶାସ୍ତ୍ରୀୟ ଓ ପାରମ୍ପରିକ ଲୋକନୃତ୍ୟ ପରିବେଷିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ଖରଝୁରାର ମାତୃଶକ୍ତି ମହିଳା ଦଣ୍ଡ ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।





