ସସ୍ମିତା ମହାପାତ୍ରଙ୍କ କବିତା : ତୁମେ କିଛି କୁହ କି ନ କୁହ

ତୁମେ କିଛି କୁହ କି ନ କୁହ

ସସ୍ମିତା ମହାପାତ୍ର

ମୁଁ ତ ଏବେ ମଗ୍ନ ଅଛି
ମୋ ଭିତରେ
ସୁଖର ନାନାବାୟା ଗୀତ ଗାଇ
ଚିତ୍ରମୟ ସଂସାରରେ
ସମୟର ଚାରିକାନ୍ଥ ଭିତରେ..
ନା ଆକାଶକୁ ଛୁଇଁବାର ଲୋଭ
ନା ପାଦତଳୁ
ମାଟି ଖସିବାର ଭୟ
ନା ପାଇବାର ମୋହ
ନା ହରେଇବାର ଦୁଃଖ
ମତେ ବ୍ୟତିବ୍ୟସ୍ତ କରେ…।

ଅନୁରାଗର ସୁକ୍ଷ୍ମ କାହାଣୀ ଟିଏ
ଅହରହ ଝରୁଥାଏ
ମୋ ଶିରା ପ୍ରଶିରାରେ..
କିଛି ଖୋଜିବାର ସ୍ଵପ୍ନ
ବାରବାର ଆନମନା କରେ
ମୋର କିନ୍ତୁ ଏବେ
ଅକ୍ତିଆର ନାହିଁ
ମୁଁ ଭୋଗୁଥିବା ଆୟୁଷ ଉପରେ.. ।

ନିଜକୁ ଖୋଜୁଛି ଏଠି
କିଛି ନିଜସ୍ୱ ସର୍ତରେ
ତୁମେ ଦେଇଥିବା
ଭାବ ଓ ଆବେଗ
କିଛି ସମ୍ଭାବନାର
ଅଲିଖିତ ଇତିହାସ
ନା କେବେ ମୋର ଦରକାର
ନା ହେବ ମୋର
ବଞ୍ଚିବାର ଉପଲକ୍ଷ…।

ଧୂଷର ପୃଥିବୀ ଆଉ
ଅବଶୋଶର ଚୂନା ଚୂନା
ଦୁଃଖ ମାନଙ୍କୁ ବାଦ ଦେଇ
ମୁଁ ତ ଖୁସି ଅଛି
ମୋ ଲୁହ ଟୋପେରେ…।
ନିଜକୁ ଖୋଜୁଛି ଆଜି
ମୋ ସ୍ଵପ୍ନର ସହରରେ
କେଉଁଠି ଅଛି ମୁଁ…
ମୋ ନିଜ ଭିତରେ ନା’
ଆଉ କାହା ହୃଦୟଭିତରେ…।

ବଲାଙ୍ଗୀର

 

ଏଠି ଛୁଇଁ odiabarta.in ର ସାହିତ୍ୟ ଗ୍ରୁପ୍’ରେ ଯୋଗଦିଅନ୍ତୁ, ସାହିତ୍ୟ ସମ୍ପର୍କିତ ସମସ୍ତ ସୂଚନା ପାଆନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.