ସାମ୍ବାଦିକତା ବୃତ୍ତି ନୁହେଁ ସମାଜ ସେବାର ଏକ ମାଧ୍ୟମ ମାତ୍ର 

ମ.ରାମପୁର ପ୍ରେସ୍ କ୍ଲବ୍ ର ବନ୍ଧୁମିଳନ ଉତ୍ସବ

କଳାହାଣ୍ଡି,୨୬/୯ : ସାମ୍ବାଦିକତା ବୃତ୍ତି ନୁହେଁ, ସମାଜସେବାର ଏକ ମାଧ୍ୟମମାତ୍ର । ସ୍ୱଚ୍ଛ ତଥା ସଚ୍ଚୋଟ୍ଟ ସାମ୍ବାଦିକତା ସମସ୍ତେ କରିପାରନ୍ତି ନାହିଁ ଏବଂ ବ୍ୟକ୍ତିତ୍ୱରୁ ହିଁ ଜଣେ ସାମ୍ବାଦିକର ଇତିବୃତ୍ତି ଜଣାପଡ଼େ ବୋଲି ମ.ରାମପୁର ପ୍ରେସ କ୍ଲବର ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ ମତବ୍ୟକ୍ତ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଯୁଗଯାତ୍ରୀ ସାହିତ୍ୟ ସଂସଦ ପରିସରରେ ଆଜ ମ.ରାମପୁର ପ୍ରେସ କ୍ଲବର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ହେମନ୍ତ ସାହୁ ।

ଅନେକ ଘାତ ପ୍ରତିଘାତ ମଧ୍ୟରେବି ସମାଜିକ ପ୍ରତିବଦ୍ଧତାକୁ ବଜାୟ ରଖି ପାରିଛି ମ.ରାମପୁର ପ୍ରେସ କ୍ଲବ ପ୍ରସାନ୍ତ ସାମନ୍ତରା

ସଭାପତି ନିଜ ଅନୁଭୂତି ପ୍ରକାଶ କରିବାକୁ ଯାଇ କହିଲେ – ୨୦୦୬ ମସିହାରେ ମ.ରାମପୁର ପ୍ରେସ୍ କ୍ଲବ ଗଠିତ ହେଇ ଆଜିଯାଏଁ ଅନେକ ଘାତ ପ୍ରତିଘାତ ଦେଇ ଆଗେଇ ଚାଲିଛି ଏବଂ ଅନେକ ସମୟରେ ଅନେକ ସାମ୍ବାଦିକ ବନ୍ଧୁ ସଂଗଠନକୁ ଆସିଛନ୍ତି ଏବଂ କେହି କେହି ସଂଗଠନରୁ ନିଜକୁ ଦୂରେଇ ରଖିଛନ୍ତି ତଥାପି ମ.ରାମପୁର ପ୍ରେସ କ୍ଲବ ନିଜର ସମାଜିକ ପ୍ରତିବଦ୍ଧତାକୁ ବଜାୟ ରଖି ଗତିପଥରେ ଆଗେଇ ଚାଲିଛି ।

ଧୁମଧାମରେ ପାଳିତ ହେବ ୧୩ତମ ବାର୍ଷିକ ଉତ୍ସବ

ବୈଠକରେ ଉପସ୍ଥିତ ସାମ୍ବାଦିକମାନେ ପ୍ରେସ୍ କ୍ଲବର ୧୩ତମ ବାର୍ଷିକ ଉତ୍ସବକୁ ଧୂମଧାମରେ ପାଳନ କରିବା ସହିତ ଏହି କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପଦ୍ମଲୋଚନ ମିଶ୍ର, ସହ ସଂପାଦକ ଯାଜ୍ଞସେନ ପଣ୍ଡା, ସନ୍ତୋଷ ଦଣ୍ଡସେନା, କୋଷାଧ୍ୟକ୍ଷ ପରମାନନ୍ଦ ବିଶି, ସଭ୍ୟ ବିଜୟ କୁମାର ମହାଖୁଡ଼, ମର୍ଦ୍ଧରାଜ ସ୍ୱାଇଁ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ଆଜିର ବୈଠକରେ ପ୍ରଦୀପ କୁମାର ସାହୁଙ୍କୁ ଉପସଭାପତି ଏବଂ ଉପଦେଷ୍ଟା ମଣ୍ଡଳୀରେ ରାଜ କୁମାର ସିଂହଦେଓ ଓ ଲକ୍ଷ୍ମଣ କୁମାର ସ୍ୱାଇଁଙ୍କୁ ସର୍ବସମ୍ମତିକ୍ରମେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ପରିଶେଷରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଶି ଧନ୍ୟବାଦାର୍ପଣ କରିଥିଲେ । 

Report By : Hemanta Sahu, Special Correspondent odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.