କଳାହାଣ୍ଡି,୩୦/୯ (ନବୀନ କିଶୋର ସାହୁ) : କର୍ଲାମୁଣ୍ଡା ବ୍ଲକ ଭଟାପଲା ଗାଁ ମଝିରେ ଆଜି ଦୁଇଟି ମୋଟର ସାଇକେଲ ମୁହାମୁହିଁ ଧକ୍କା ହେବା ଫଳରେ ରିଞ୍ଜା ପଞ୍ଚାୟତ ଟକାରୁମାଲ ଗ୍ରାମର ଗନ୍ଧର୍ବ ବାଗ (୪୩) ଗୁରୁତର ଆଘାତ ହୋଇଥିବା ବେଳେ ଜଣେ ବାଇକ ଆରୋହି ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡୁଛି।
ଗୁରୁତର ଆଘାତ ପ୍ରାପ୍ତ ଗନ୍ଧର୍ବ ନାଗଙ୍କୁ ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଡାକ୍ତରଖାନାକୁ ନିଆଯାଇଛି। ସ୍ଥାନୀୟ ଲୋକେ କର୍ଲାମୁଣ୍ଡା ପୋଲିସକୁ ଫୋନ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇଥିବା ବାଇକ ଦ୍ବୟକୁ ଫାଣ୍ଡିକୁ ନେଇଥିବା ଜଣାପଡିଛି ।