ବଜ୍ରପାତ : ଜଣେ ମହିଳା ମୃତ, ଜଣେ ଗୁରୁତର, ୧୫ ଆହତ

କଳାହାଣ୍ଡି,୧୩/୧୦(ରବୀନ୍ଦ୍ର ମିଶ୍ର): ଥୁଅମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ନିଳଗିରି ପଡିଆରେ କାମ କରୁଥିବା ବେଳେ ଦିନ ୩.୩୦ ମିନିଟ୍ ସମୟରେ ବଜ୍ରପାତ ହେତୁ ଜଣେ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକ ମହିଳା ହେଲେ ଥୁଆମୂଳ ରାମପୁର ବ୍ଲକ୍ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ଗୋଦ୍ରାମସ୍କା ଗ୍ରାମର ରହିଣି ମାଝୀ (୪୫)। ଆହତମାନଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ମାନେ ହେଲେ ଜାମୁ ମାଝୀ ( ୬୦), ଫୁଲମତୀ ମାଝୀ (୨୫), ରଞ୍ଜିତା ମାଝୀ (୨୫), ପିରନ୍ଦ୍ରି ନାଏକ(୪୦), କାହ୍ନୁ ନାଏକ (୩୦), ସୀତୟା ନାଏକ (୩୮), ଗୁରୁବାରୀ ମାଝୀ (୨୭, ଗୁରୁତର)। ସେହିପରିି ତଳଝାପି ପଞ୍ଚାୟତର ଉପରଝାପି ଗ୍ରାମରେ ମଧ୍ୟ ବଜ୍ରପାତ ହେତୁ ଗ୍ରାମର କୁମାରୀ ନାଏକ (୨୬) ଆହତ ହୋଇଥିବା ବେଳେ ତାଙ୍କ ଘରର ଅନେକ ଜିନିଷପତ୍ର କ୍ଷତି ହୋଇଥିବା ସୂଚନା ମିଳିଛି।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରନ୍ତୁ ଓ ୨୪x୭ ସବୁ ଖବର-ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.