କଳାହାଣ୍ଡି ଜିଲ୍ଲାର ମହାବିଦ୍ୟାଳୟ ସ୍ତରୀୟ ସଡକ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା

କଳାହାଣ୍ଡି,୨୧/୧୨ : ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାର ମହାବିଦ୍ୟାଳୟ ସ୍ତରୀୟ ସଡକ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ସମ୍ପାଦକ ଅଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଆରଟିଓ ଦୀନବନ୍ଧୁ ଶୁଣ୍ଢି, ସମ୍ମାନୀତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା କଳାହାଣ୍ଡି ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଶିବରାମ ନାୟକ ଓ ମୁଖ୍ୟବକ୍ତା ଭାବରେ ସମାଜସେବୀ ସତ୍ୟବାଦୀ ନାଏକ ଯୋଗ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କର୍ମଶାଳାରେ “ସଡ଼କ ସୁରକ୍ଷା ଜୀବନ ରକ୍ଷା” ବିଷୟରେ ଆଲୋଚନା ହୋଇଥିଲା। ଯାନବାହାନ ଚଲାଇବା ସମୟରେ କି ପ୍ରକାର ନିୟମ ମାନି ସତର୍କତାର ସହିତ ଚଲାଇବା ସେ ବିଷୟରେ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ତାପସ ପ୍ରାମାଣିକ ଧନ୍ୟବାଦ ଅର୍ପଣ କରିଥିଲେ ।

____________________________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.