ଯୁବ ଅନୁଷ୍ଠାନ କୁସୁମଖୁଣ୍ଟିର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଶ୍ରୀ ଶ୍ରୀ ନିଳକଣ୍ଠେଶ୍ବର ମନ୍ଦିର ସଫେଇ ସହ ସମାଜକୁ ଦେଲେ ସଚେତନତା ବାର୍ତ୍ତା 

Omkar Vasthu
Omkar Vasthu

କୋକସରା୨୯/୨ : କୋକସରା ବ୍ଲକ୍ ମୋଟେର ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ନିଳକଣ୍ଠେଶ୍ବର ମହାଦେବଙ୍କ ପୀଠ ସଫେଇ ହୋଇଛି । ମନ୍ଦିର ଚତୁରପାର୍ଶ୍ୱର ପରିବେଶକୁ ସଫା ସୁତୁରା ପାଇଁ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନର ଉପଦେଷ୍ଟା ତଥା ମୋଟେର ସରପଞ୍ଚ ଇଂ ସୁଶିଲ କୁମାର ଶବର ଯୁବକମାନଙ୍କୁ ଅନୁପ୍ରାଣିତ କରିଥିଲେ । ଫଳରେ ଯୁବ ଅନୁଷ୍ଠାନର କର୍ମକର୍ତ୍ତା ଓ ସଭ୍ୟ ମାନଙ୍କ ସହଯୋଗ କ୍ରମେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଉପଦେଷ୍ଟା ଶ୍ରୀ ଶବର ପରିବେଶ ପରିଛନ୍ନତା ରହିବା ଦ୍ୱାରା ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇବା ଓ ମନ୍ଦିର ପରିବେଶ ସଫା ରହିବା ଯୋଗୁଁ ଶ୍ରଧାଳୁଙ୍କ ମନ ଆକର୍ଷିତ ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଯୁବ ଅନୁଷ୍ଠାନ ସଭାପତି ତପନ ବେହେରା (ମଣ୍ଟୁ), ସମ୍ପାଦକ ହିରଣ୍ୟ ବେହେରା, କୋଷାଧ୍ୟକ୍ଷ ମହେନ୍ଦ୍ର ବେହେରା (ମଣି),୧୦ ନଂ ୱାର୍ଡ ସଭ୍ୟ ବନ ଶବର, ସମାଜସେବୀ ସୁଦର୍ଶନ ବେହେରା, ତୁଲାରାମ ବେହେରା, ରାଜେନ୍ଦ୍ର ବେମାଲ, ପ୍ରେମଲାଲ ବେମାଲ, ପବିତ୍ର ବବ୍ଲୁ, କ୍ଷୀରୋଦ, କୈବଲ୍ୟ, ଟିଙ୍କୁ, ସୂର୍ଯ୍ୟ, ଚନ୍ଦନ, ବିଟୁ, ବିକାଶ, ଲିପୁନ, ଦେବେନ୍ଦ୍ର ପ୍ରମୁଖ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ଅନୁଷ୍ଠାନର ଏଭଲି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଭୁରି ଭୁରି ପ୍ରଶଂସା କରିଥିଲେ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.