ରାୟଗଡ/କାଶିପୁର,୧/୪ : କୋଭିଡ୍-୧୯ ବିରୋଧରେ ନିରବଚ୍ଛିନ୍ନ ଲଢ଼େଇକୁ ଜାରି ରଖି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ, ଦୋରାଗୁଡ଼ା ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ସମାଜ ସମନ୍ୱୟାର କୋଭିଡ୍-୧୯ ବିରୋଧରେ ଲଢ଼େଇକୁ ଜାରି ରଖିଛି । ବିଗତ କିଛି ସପ୍ତାହ ଭିତରେ ୟୁଏଆଇଏଲ୍ ପର୍ଯ୍ୟାୟକ୍ରମେ ଯଥା ସମ୍ଭବ ପଦକ୍ଷେପ ଜରିଆରେ ସମସ୍ତ ଅଂଶୀଦାରାନାଙ୍କ ସହିତ ମିଶି ନିରନ୍ତର ଭାବେ ଏହି ବିଶ୍ୱ ମହାମାରୀ ବିରୋଧରେ କାର୍ଯ୍ୟ କରୁଛି ।
ସୋଡିୟମ ହାଇପୋକ୍ଲୋରାଇଟ୍ ସିଂଚନ କରିବା ସହିତ ଏବେ ପାରିପାଶ୍ୱିର୍କ ଗ୍ରାମଗୁଡ଼ିକୁ ଧୂଆଁ ଦିଆଯାଇଛି । ଏହା ଗ୍ରାମଗୁଡ଼ିକୁ ସାନିଟାଇଜ୍ କରିବ ଏବଂ ତାହା ସମାଜରେ ସଂକ୍ରମଣର ବାହକ ସାଜିବାକୁ ଥିବା ମଶା, ମାଛି ଏବଂ ରୋଗ ବାହକ କୀଟ ଭଳି ଜୀବାଣୁ/କୀଟଗୁଡ଼ିକୁ ନଷ୍ଟ କରିବ । ୟୁଏଆଇଏଲର ପରିପାଶ୍ୱର୍ରେ ଥିବା ଗ୍ରାମଗୁଡ଼ିକ ଯଥା ଦ୍ୱିମୁଣ୍ଡି, ନୂଆପଡ଼ା, ଏବଂ ପରେ ବାଗ୍ରିଝୋଲା ଓ ଭିତରମୁସ୍କାନ୍ରେ ଧୂଆଁ (ଫଜିଂ/ଫୁମିଗେସନ) ୨୦୨୦ ମାର୍ଚ୍ଚ ୩୦ରୁ ଆରମ୍ଭ କରାଯାଇଛି । ଆଜି ଏହି କାର୍ଯ୍ୟ ହାଡ଼ିଗୁଡ଼ାରେ କରାଯିବା ପରେ ଲାଛୁଗୁଡ଼ା, ଦୋରାଗୁଡ଼ା, ଟିକିରାପଡ଼ା, କୁଚେପଦର, ଡି କୋରାଲ, ବିଲମାଳ, ମକାପଦର, ସାନମାଟିକୋଣ, ଗୋକୂଳମୁଣ୍ଡା, ଓଦପଡ଼ା, ହରିଦାସପୁର, ଟିକିରି, କରଞ୍ଜକୁପଖାଲ, ଧୂତ୍ରାପାସ, ଲୁନ୍ଦୁରୁକୁଣା, ଅଣ୍ଡିରାକାଂଚ ଓ ପାଇକକୁପଖାଲରେ କରାଯିବ ।
ଏହି ଅବସରରେ ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ଓ ସଭାପତି ଶ୍ରୀଯୁକ୍ତ ଏନ୍ ନାଗେଶ କହିଛନ୍ତି ଯେ, “ଆମ ଆଖପାଖରେ ଥିବା ଗ୍ରାମଗୁଡ଼ିକର ସମାଜ ଓ ଲୋକମାନଙ୍କ ସୁରକ୍ଷା ଓ ଉତମ ସ୍ୱାସ୍ଥ୍ରକୁ ଆମେ ସର୍ବାଧିକ ପ୍ରାଥମିକତା ପ୍ରଦାନ କରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଦିନ ନିଷ୍ଠାର ସହ ଉଦ୍ୟମ ଜାରି ରହିଛି । ସୋଡିୟମ୍ ହାଇପୋକ୍ଲୋରାଇଡ୍ ସିଂଚନ କରିବା ସହ ଏବେ ଆଖପାଖ ଗ୍ରାମଗୁଡ଼ିକରେ ଧୂଆଁ ଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମୋର ବିଶ୍ୱାସ ରହିଛି ଯେ ଏଭଳି ସାମଗ୍ରିକ ଉଦ୍ୟମ ଜରିଆରେ ଆମେ କୋଭିଡ-୧୯ ବିଶ୍ୱ ମହାମାରୀ ବିରୋଧରେ ଲଢ଼େଇ କରିପାରିବା ।’’