ଜେକେ କାଗଜ କଳ ତରଫରୁ ଶିଳ୍ପାଞ୍ଚଳ ଜେକେପୁରରେ ବିଶୋଧକ ସିଞ୍ଚନ

ରାୟଗଡ,୨/୪ : ମହାମାରୀ କରୋନା ସଂକ୍ରମଣ ବିପକ୍ଷରେ ଲଢିବା ପାଇଁ ଜେକେ କାଗଜ କଳ ତରଫରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ପକ୍ଷରୁ ହାଇପୋ ହାଇଡ୍ରୋ କ୍ଳୋରାଇଡ୍ କେମିକଲ ସୋଲୁସନ୍ ଶିଳ୍ପାଂଚଳ ଜେକେପୁର ସହର ମୁଖ୍ୟରାସ୍ତାରେ ସିଂଛନ କରାଯାଇ ସହରବାସୀଙ୍କୁ ସୁରକ୍ଷା ଦିଆଯାଉଛି । ଏହି କେମିକଲ
ସୋଲୁସନ୍ ସିଂଛନ ଦ୍ୱାରା ରାସ୍ତା ଉପରେ ଥିବା ସମସ୍ତ ପ୍ରକାର ବିଷାକ୍ତ ଭୂତାଣୁ, କୀଟପତଙ୍ଗ ଗୁଡିକ ନଷ୍ଟ ହୋଇଯିବେ ଫଳରେ ସହରବାସୀ ଏକ ସୁସ୍ଥ ପରିବେଶ ପାଇ ପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି । ଏଥିସହ ଜେକେପୁର ସହରାଂଚଳରେ ଲକଡାଉନ ନିମୟକୁ ମାନି ଚଳିବା ସହ ଘରୁ ନ ବାହାରିବା, ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମାବଳୀ ପାଳନ ସହ ସମସ୍ତ ସର୍ତକତା ଓ ସଚେତନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବିଶୋଧକ ସିଂଛନ ବେଳେ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ, ଜେକେ କାଗଜ କଳର ବରିଷ୍ଠ ସିକ୍ୟୁରିଟି ଅଧିକାରୀ ମହମ୍ମ୍‌ଦ ଅବେଶ, ଟାଉନସିପ୍ ,ବରିଷ୍ଠ ଅଧିକାରୀ ଏସ.ପି.ରଥ, ସୁପରଭାଇଜର ପି.ବିଜୟ କୁମାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜେକେ କାଗଜ କଳ ତରଫରୁ ଏପରି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ଜେକେପୁର ସହରବାସୀ କମ୍ପାନୀ
କର୍ତୁପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

Omkar Vasthu
Omkar Vasthu
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.