ଭୁବନେଶ୍ବର,୪/୪ : କଳାହାଣ୍ଡି ଜିଲ୍ଲାର ଜଣେ ୨୯ ବର୍ଷିୟ ଯୁବକଙ୍କ ଠାରେ କୋଭିଡ୍-୧୯ ପଜିଟିଭ ଚିହ୍ନଟ ହୋଇଛି। ସଂପୃକ୍ତ ଯୁବକ ବାହାରିନ୍ ରୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
One asymptomatic 29 years Male of Kalahandi district is tested positive for COVID-19 today. He has travel history to Bahrain.
— H & FW Dept Odisha (@HFWOdisha) April 4, 2020
ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଆଜି ୩୦୪ ଜଣଙ୍କର ସ୍ବାବ ନମୂନା ପରୀକ୍ଷା କରା ଯାଇଥିବା ବେଳେ ଗୋଟିଏ ପଜିଟିଭ ବାହାରିଛି। ସୂଚନା ଯୋଗ୍ୟ ଯେ ଏପର୍ଯ୍ୟନ୍ତ ରାଜ୍ୟରେ ୧୬୯୯ ଜଣଙ୍କ ନମୂନା ପରୀକ୍ଷା କରାଯାଇଛି।