ଜିଲ୍ଳା ପୋଲିସଙ୍କୁ କରିବେ ସହଯୋଗ
ରାୟଗଡ,୧୧/୪ : ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳା ଅବକାରୀ ବିଭାଗର ଅଧିକାରୀ ମାନଙ୍କୁ କୋଭିଡ-୧୯ଡ୍ୟିୁଟିରେ ସାମିଲ ହେବା ପାଇଁ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ଜିଲ୍ଳାର ୨ଜଣ ସବ୍-ଇନ୍ସପେକ୍ଟର ଓ ୧୧ଜଣ ଅବକାରୀ କନେଷ୍ଟବଳଙ୍କୁ ଏହି ଡ୍ୟିୁଟିରେ ନିୟୋଜିତ ହେବା ପାଇଁ ଆଦେଶ କରିଛନ୍ତି । ଜିଲ୍ଳା ପୋଲିସ, ବନ ଓ ଅବକାରୀ ବିଭାଗର ମିଳିତରେ ଏକ ଟିମ ଗଠନ କରାଯାଇଛି । ଅବକାରୀ ବିଭାଗର ଏହି ଅଧିକାରୀମାନେ ଜିଲ୍ଳା ପୋଲିସ ସହ ମିଶି ଅବକାରୀ ଚଢାଉ ସହ ଅନ୍ୟାନ୍ୟ କାମ ଗୁଡିକରେ ସହଯୋଗ କରିବେ ବୋଲି ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
________________________________________





