ସାପ୍ତାହିକ ବଜାର ପରିବା ଦୋକାନରେ ରହୁନି ସାମାଜିକ ଦୂରତ୍ୱ

ଲାଞ୍ଜିଗଡ,୧୩/୪ : ମହାମାରୀ କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ସରକାର ଲାକଡାଉନ ଘୋଷଣା କରିଛନ୍ତି। ଏହାସହ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବିଭିନ୍ନ କ୍ଷେତ୍ରରେ ସଚେତନ କରାଯାଉଛି। ଏହା ସତ୍ତ୍ୱେ ଲାଞ୍ଜିଗଡ ରୋଡ଼ ଠାରେ ରବିବାର ସାପ୍ତାହିକ ବଜାରର ବିଭିନ୍ନ ପରିବା କିଣିବା ପାଇଁ ଆସୁଥିବା ଲୋକେ ଆଦୌ ଗୁରୁତର ସହ ନେଉନାହାନ୍ତି। ବର୍ତ୍ତମାନ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ବିଭିନ୍ନ ରାଜ୍ୟରୁ ଆସିଥିବା ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି। ବ୍ଲକ ପ୍ରଶାସନ, ବିଭିନ୍ନ ସଂଗଠନ, ରାଜନତା ଓ ପୋଲିସ କର୍ମଚାରୀ ମାନେ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତ୍ୱ ଉପରେ ସଚେତନ କରାଇ ଥିଲେ ମଧ୍ୟ ଲୋକେ ଠିକ୍ ଭାବେ ମାନୁ ନାହାନ୍ତି। ପରିବା ଦୋକାନ ମାନଙ୍କରେ ଏଭଳି ପରିସ୍ଥିତି ରହିଲେ କରୋନା ସଂକ୍ରମଣକୁ ଏଡାଇ ଦିଆ ନଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ

Clickhere to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.