ଦୁର୍ଦ୍ଦିନ ସମୟରେ ବିଜୁ ଛାତ୍ର ଜନତା ଦଳ ବାଣ୍ଟିଲେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ

● ବିସିଜେଡି ସଭାପତି ସିମନ୍ ଦାଶମହାପାତ୍ର ନେଲେ ନେତୃତ୍ଵ

ବାଲେଶ୍ଵର, ୧୭/୪: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଲକ୍ ଡାଉନ୍ ପରିସ୍ଥିତିରେ ବାଲେଶ୍ଵର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇ ଦେଉଥିବା ଜଣାପଡିଛି।

ଏ ନେଇ ପ୍ରଥମେ ସହାୟତାର ହାତ ବଢାଇଥିବା ବାଲେଶ୍ଵରର ପୂର୍ବତନ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଥିବା ଇଂ ରବୀନ୍ଦ୍ର କୁମାର ଜେନା। ସେ ମଧ୍ୟ ଅନ୍ୟମାନଙ୍କୁ ଏ ଦୁଃସମୟରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ତେବେ ଗତକାଲି ସେ ନିର୍ଦ୍ଦିଷ୍ଟ ଭାବେ ବିସିଜେଡିର ସଭାପତି ସିମନ୍ ଦାଶମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଅସହୟ ନିରନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ।

ଏହିମର୍ମରେ ବିସିଜେଡି ପକ୍ଷରୁ ବରୁଣସିଂ ସ୍ଥିତ ଆଦିବାସୀ ସାହିରେ ଥିବା ୨୦ ପରିବାରକୁ ଗତକାଲି ୧୦ ଦିନର ଶୁଖିଲା ଖାଦ୍ୟସାମଗ୍ରୀ ତଥା ତେଜରାତି ଜିନିଷ ବଣ୍ଟନ କରାଯାଇଛି। ଏହାକୁ ନିଜେ ସିସନ୍ ଦାଶମହାପାତ୍ର ନେତୃତ ନେଇ ଘରେ ଘରେ ପହଞ୍ଚାଇଥିଲେ।

ଏହି ବଣ୍ଟନ ଥଳିରେ ଆଳୁ, ପିଆଜ, ବିଲାତି, ଲୁଣ, ଚୁଡା, ଚିନି, ବିସ୍କୁଟ ପ୍ରଭୃତି ଦିଆଯାଇଛି ବୋଲି କୁହାଯାଇଛି।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଜିନାଶିଷ ସ’ଙ୍କ ସହ ଯୁବଶକ୍ତି କ୍ଲବର ଶାନ୍ତନୁ ସତପଥୀ, ଶଶିକାନ୍ତ ଆଚାର୍ଯ୍ୟ, ଗିରିଜା ଶଙ୍କର ସତପଥୀ, ଜନ୍ମେଜୟ ଜେନା, ସଞ୍ଜିବ ବିଶ୍ଵାଳଙ୍କ ଭଳି ବରିଷ୍ଠ ସଦସ୍ୟମାନେ ଓ ସ୍ଥାନୀୟ ୱାର୍ଡ଼ ସଭ୍ୟ ଗୌତମ ପୃଷ୍ଟି ସହଯୋଗ କରିଥିଲେ।

ଏହିଭଳି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ଦିନରେ ଚାଲୁ ରହିବ ବୋଲି ଶ୍ରୀ ଦାଶମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.