ପାଣିଯୁକ୍ତ ସୋଡିୟମ ହାଇପୋ କ୍ଳୋରାଇଡ କେମିକଲ ସିଂଚ୍ଛନ
ରାୟଗଡ,୧୭/୪: ମହାମାରୀ କରୋନା ସଂକ୍ରମଣର ମୁକାବିଲା ନେଇ ରାୟଗଡର ରେଳବାଇ ଷ୍ଟେସନ ଅଂଚଳକୁ ରାୟଗଡ ଅଗ୍ନିଶମ ବାହିନୀ ତରଫରୁ ସାନିଟାଇଜ କରାଯାଇଛି । ପାଣିଯୁକ୍ତ ସୋଡିୟମ ହାଇପୋ କ୍ଳୋରାଇଡ କେମିକଲ ରେଳବାଇ ଷ୍ଟେସନ ପରିସର ଟିକଟ ଘର, ପ୍ଳାଟଫର୍ମ, ସଂରକ୍ଷଣ ବୁକିଙ୍ଗ, ଜିଆରପି, ଆରପିଏଫ ଓ ଆରଏମସି ଡାକଘର ଆଦି ସ୍ଥାନଗୁଡିକରେ ଏହି ବିଶୋଧନ ସିଂଚ୍ଛନ କରାଯାଇଛି ।
ରାୟଗଡ ଅଗ୍ନିଶମ ଅଧିକାରୀ କୈବେନ୍ଦ୍ର ସୁନାନୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଆଗ୍ନିକ ସୁକାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଅଂଚଳ ବିଶୋଧନ କରାଯାଇଛି । ରାୟଗଡ ସହରର ବିଭିନ୍ନ ଗଳିକନ୍ଦି ସହ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକକୁ ଏହି କେମିକଲ ଦ୍ୱାରା ବିଶୋଧନ କରାଯାଇଥିବା ନେଇ ମୁଖ୍ୟ ଆଗ୍ନିକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in