ଅନ୍ତ ହେଉନାହିଁ ଦାଦନ ଶ୍ରମିକଙ୍କ ଦୁଃଖ : ଗାଁକୁ ଫେରିବା ବାଟ ଦେଖାଉଛି ରେଳଧାରଣା

ବିଜୟୱାଡା ରୁ ରାଂଚି ଓ ବିଜୟନଗରମ ରୁ ବିଷମକଟକ ଚାଲି ଯାଉଥିବା ୧୬ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡ ପ୍ରଶାସନ

Omkar Vasthu
Omkar Vasthu

ରାୟଗଡ,୧୯/୪ : ଆନ୍ଧ୍ର ପ୍ରଦେଶ ବିଜୟୱାଡା ରୁ ଝାରଖଣ୍ଡ ରାଜ୍ୟର ରାଂଚି ଅଭିମୁଖେ ୧୧ଜଣ ଓ ବିଜୟନଗରମ୍ ରୁ ରାୟଗଡ ଜିଲ୍ଳାର ବିଷମକଟକ ଅଭିମୁଖେ ୫ଜଣ ସମୁଦାୟ ୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ରାୟଗଡ ଜିଲ୍ଳା ପ୍ରଶାସନ । ବିଜୟୱାଡା ରୁ ରାଂଚି ଅଭିମୁଖେ ଯାଉଥିବା ୧୧ଜଣ ଶ୍ରମିକ ବିଜୟୱାଡାର ଏକ କାରଖାନାରେ କାର୍ଯ୍ୟ କରୁଥିବା ବେଳେ ଲକଡାଉନ ଯୋଗୁଁ କାରଖାନା ବନ୍ଦ ହୋଇପଡିବା ପରେ ଅନେକ ଅସୁବିଧର ସମ୍ମୁଖୀନ ହୋଇଥିବା ଏହି ଶ୍ରମିକମାନେ ସେଠାରୁ ଗତ ୧୪ଦିନ ତଳେ ରେଳ ଧାରଣା ଦେଇ ଦୀର୍ଘ ୬୦୦ କିଲୋମିଟରୁ ଉର୍ଦ୍ଧ ବାଟ ଚାଲି ଚାଲି ଆସୁଥିବା ବେଳେ ରାୟଗଡ ସହରର ମା ମଝିଘରିଆଣୀ ମନ୍ଦିର ଠାରେ ସେମାନଙ୍କୁ ରାୟଗଡ ଜିଲ୍ଳା ପ୍ରଶାସନ ଉଦ୍ଧାର କରିଥିଲେ । ସେଠାରୁ ତାଙ୍କୁ ଅଶୋକ କଲ୍ୟାଣ ମଣ୍ଡପ କ୍ୱାରେନଟାଇନ କେନ୍ଦ୍ରରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ସେହିପରି ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଠାରେ ଥିବା ଏକ ପ୍ଳାଏଉଡୁ କମ୍ପାନୀରେ ରାୟଗଡ ଜିଲ୍ଳା ବିଷମକଟକର ୫ଜଣ ଯୁବକ ଦାଦନ ଶ୍ରମିକ ଭାବେ ଖଟୁଥିବା ବେଳେ ସେମାନେ ମଧ୍ୟ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହେବା ପରେ ଅସୁବିଧାର ସମ୍ମୁଖୀନ ହୋଇ ବିଜୟନଗରମରୁ ଟ୍ରକ ଯୋଗେ ରାୟଗଡ ଜିଲ୍ଳା ଓଡିଶା-ଆନ୍ଧ୍ର ସୀମାନ୍ତ କେରଡା ଗ୍ରାମ ପ୍ରବେଶ ଗେଟ ଠାରେ ଆସି ପଂହଚି ଥିଲେ । ସେଠାରେ ଜିଲ୍ଳା ପୋଲିସର କଡା ନାକା ଚେକିଂ ଯୋଗୁଁ ୫ଜଣ ଯୁବ ଶ୍ରମିକମାନେ ନିକଟସ୍ଥ ନାଗାବଳୀ ନଦୀ ତଟ ବାଟ ଦେଇ ରାୟଗଡ ସହରର ଆରଆଇସି ଛକ ପର୍ଯ୍ୟନ୍ତ ପଂହଚିଥିଲେ । ଉକ୍ତ ଛକରେ ମଧ୍ୟ ପୋଲିସ ଜଗି ଥିବା ବେଳେ ସେମାନଙ୍କୁ ଅଟକ ରଖି ପଚାରାଉଚୁରା କରିବା ପରେ ଅଶୋକ କଲ୍ୟାଣ ମଣ୍ଡପ କ୍ୱାରେନଟାଇନ କେନ୍ଦ୍ରକୁ ପଠାଯାଇଥିଲା ।

Udyog Nursery
Udyogi Nursery


ମହାମାରୀ କରୋନ ସଂକ୍ରମଣର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆସନ୍ତା ମେ’୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଲକଡାଉନ ଅବଧୀ ବୃଦ୍ଧି କରିଛନ୍ତି । ଫଳରେ ସମସ୍ତ ଯାନବାହାନଗୁଡିକ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ରାଜ୍ୟ ଓ ଜିଲ୍ଳା ସୀମାଗୁଡିକ ପୂର୍ବପରି ସିଲ୍ କରିଦିଆଯାଇଛି । ତେବେ ଲକଡାଉନ ଯୋଗୁଁ ଓଡିଶା ସମେତ ଅନ୍ୟ ରାଜ୍ୟଗୁଡିକର ବହୁ ଦାଦନ ଶ୍ରମିକ ବାହାର ରାଜ୍ୟ ଗୁଡିକରେ ରହିଯାଇଛନ୍ତି ।ଲକଡାଉନ ଯୋଗୁଁ ସମସ୍ତ କଳ କାରଖାନା,ଉଦ୍ୟୋଗଗୁଡିକ ବନ୍ଦ ରହିିଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଦାଦନ ଶ୍ରମିକମାନେ । ବିଶେଷ କରି ଓଡିଶାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଲକଡାଉନ ଯୋଗୁଁ ଫେରି ନ ଥିବା ଦାଦନ ଶ୍ରମିକମାନଙ୍କୁ ରହିବା ଓ ଖାଇବା ବ୍ୟବସ୍ଥା କରି ସେମାନଙ୍କୁ ଭଲରେ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିବା ସହ ବାହାର ରାଜ୍ୟରୁ ଆସି ଓଡିଶାରେ ଫଶି ରହିଥିବା ଶ୍ରମିକ, ଡ୍ରାଇଭର ଓ ଅନ୍ୟମାନଙ୍କୁ ଜିଲ୍ଳା ପ୍ରଶାସନମାନେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ସହ ରହିବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ଓଡିଶାରେ ବାହାର ରାଜ୍ୟର ଦାଦନ ଶ୍ରମିକମାନେ ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ ଅନ୍ୟ ରାଜ୍ୟ ସରକାରମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଜୀବନକୁ ବାଜି ଲଗାଇ ଶହ ଶହ କିଲୋମିଟର ଚାଲି ଚାଲି ନିଜ ଗାଁକୁ ଶ୍ରମିକମାନେ ଫେରିବାକୁ ବାହାରି ପଡୁଛନ୍ତି ।


ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ଜିଲ୍ଳାର ସମସ୍ତ ବ୍ଳକ ଓ ପଂଚାୟତ ଗୁଡିକରେ ପ୍ରସ୍ତୁତ ହୋଇଥିବା ଆଶ୍ରୟସ୍ଥଳୀ ଓ ଆଇସୋଲେସନ
କେନ୍ଦ୍ରଗୁଡିକରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ, ପୋଷାକ, ଶାଢୀ, ପିଲାମାନଙ୍କୁ ଡ୍ରେସ ସହ ଦୈନନ୍ଦିନ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ପ୍ରଦାନ କରାଯାଉଥିବାରୁ ଜିଲ୍ଳା ପ୍ରଶାସନ ସମେତ ଓଡିଶା ସରକାରଙ୍କୁ ସେମାନେ ଧନ୍ୟବାଦ ଜଣାଉଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.