ଅଜୟ ସିଂହ ଠାକୁରଙ୍କ ବିଶ୍ଳେଷଣ : ପୁଲିସ ଅବହେଳା ଦାୟୀ ନୁହେଁ କି?

ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଝାରସୁଗୁଡ଼ା ପୁଲିସ ମୃତକଙ୍କ ତଥାକଥିତ ସ୍ୱାମୀ ଧ୍ରୁବରାଜ ସୁନା ଓରଫ ଯୁଗକୁ କୋର୍ଟଚାଲାଣ କରିଛି। ଏବେ ଅଭିଯୁକ୍ତ ଯୁଗ ବିଚାରବିଭାଗୀୟ ହାଜତରେ।

Omkar Vasthu
Omkar Vasthu

ତେବେ ଏହି ଘଟଣାକୁ ଅନୁଶୀଳନ କଲେ ଜଣାପଡୁଛି ଯେ ପୁଲିସ ବର୍ତ୍ତମାନ ଯେଉଁ ଭଳି ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ହୁଏତ ଆଗରୁ ଏମିତି ପଦକ୍ଷେପ ନେଇଥିଲେ ଏଭଳି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା। କାରଣ ଏହି ଘଟଣାରେ ପୁଲିସର ଅବହେଳା ଜଳଜଳ ଦିଶୁଛି।

Pearl dental clinic
Near Ashish Medical Store, Bhawanipatna

୮ମାସ ତଳେ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସ କେବଳ ଏକ ମାମଲା ରୁଜୁ କରି ଚୁପ ବସିଥିଲା। ଗତ ଡିସେମ୍ବର ୨୯ତାରିଖରେ ସିମରନ ଓ ତାଙ୍କ ମାଙ୍କ ସହ ଥାନାକୁ ଯାଇଥିଲେ ବି ପୁଲିସ ଡାକ୍ତରୀ ମାଇନା କରାଇନଥିଲା କାହିଁକି ? ଏକ ସମ୍ବେଦନଶୀଳ ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଏବଂ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Udyog Nursery
Udyogi Nursery

ଡିସେମ୍ବର ୨୯ ତାରିଖରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗର ୧୬୧ ଷ୍ଟେଟମେଣ୍ଟ ରେକର୍ଡ କରିଥିଲା ପୁଲିସ। ହେଲେ ସିମରନଙ୍କ ଷ୍ଟେଟମେଣ୍ଟ ରେକର୍ଡ କରି ଛାଡିଦେଇ ଥିଲା। ତାପରେ ସିମରନ ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ ଭବାନୀପାଟଣା ଯାଇଥିଲେ। ସେଠାରୁ ଫେରିବା ପରେ ୧୬୪ ଷ୍ଟେଟମେଣ୍ଟ ରେକର୍ଡ ହେବାର ଥିଲା।

ଏଠାରେ ପ୍ରଶ୍ନ ହେଉଛି ସିମ୍ରନ ଜଣେ ନାବାଳିକା ହେବା ସହ ତାକୁ ଅପହରଣ କରିବା, ଶାରୀରିକ ଏବଂ ଯୌନ ନିର୍ଯାତନା ଦିଆଯାଇଥିଲା। ଏଣୁ ଅଭିଯୋଗ ପରେ ପୁଲିସ ପୋକସୋ ଆକ୍ଟରେ ମାମଲା ରୁଜୁ ସତ୍ତ୍ୱେ ଡାକ୍ତରୀ ମାଇନା ନକରିବା, ଅଭିଯୁକ୍ତ ପ୍ରତି କାର୍ଯ୍ୟାନୁଷ୍ଠାନ ନନେବା ପୁଲିସ ଅବହେଳାକୁ ସୂଚିତ କରୁଛି।

ଏହାରି ଭିତରେ ସିମରନର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ମୁଣ୍ଡରେ ପଥର ମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ହେଲେ ପ୍ରକୃତରେ ସିମରନ ଆତ୍ମହତ୍ୟା କରିଛି ନା ତାକୁ କେହି ବ୍ରିଜ ଉପରୁ ଠେଲି ଦେଇଛି ତାହା ତଦନ୍ତ ସାପେକ୍ଷ।

Mob: 9776950607

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.