ରାୟଗଡ ଜିଲ୍ଳାରେ ଧୀରେ ଧୀରେ ପଜିଟିଭ୍ ସଂଖ୍ୟା ଦ୍ୱିଶତକ ଆଡେ ମୁହାଁଉଛି

ପେଣିକଣା ଟିଏମସି କେନ୍ଦ୍ରରେ ୯ଜଣ ମହିଳା କରୋନା ପଜିଟିଭ୍‌

ରାୟଗଡ,୮/୭: ମହାମାରୀ କରୋନା ସଂକ୍ରମଣରେ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ପାରି କରି ସାରିଥିବା ବେଳେ ରାୟଗଡ ଜିଲ୍ଳାରେ ଏହି ସଂଖ୍ୟା ୧୩୭ରେ ପଂହଚିସାରିଛି । ବର୍ତମାନ ଧୀରେ ଧୀରେ ଏହି ପଜିଟିଭ୍ ସଂଖ୍ୟା ଦ୍ୱିଶତକ ଆଡେ ମୁହାଁଉଛି । ତେବେ କେବଳ ସଚେତନ ହୋଇ କୋଭିଡ-୧୯ଗାଇଡଲାଇନ ମାନି ଚଳିଲେ ବୃଦ୍ଧି ପାଉଥିବା ସଂଖ୍ୟାକୁ ହ୍ରାସ କରାଯାଇ ପାରିବ ବୋଲି ପ୍ରଶାସନ ଠାରୁ ଆରମ୍ଭ କରି ସରକାର ନିବେଦନ କରୁଛନ୍ତି । ତେବେ ବାହାର ରାଜ୍ୟରୁ ଫେରନ୍ତା ପ୍ରବାସୀ ହୁଅନ୍ତୁ ଅଥବା ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ବୃଦ୍ଧି ପାଇଥିବା ଗଂଜାମ ଓ ଗଜପତି ଜିଲ୍ଳାକୁ ବିପଦ ମଣି ରାୟଗଡ ଜିଲ୍ଳାରେ ରହୁଥିବା ସଂପର୍କୀୟମାନଙ୍କ ନିକଟକୁ ଫେରି ଆସୁଥିବା ଲୋକଙ୍କୁ ନେଇ ଏବେ ଜିଲ୍ଳାରେ ଏକ ପ୍ରକାର କୋକୁଆ ଭୟ ଦେଖା ଦେଉଛି । ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିଥିଲା ବେଳେ ରାୟଗଡ ଏକମାତ୍ର ଜିଲ୍ଳା ଯାହାକି ଲକଡାଉନର ତିନି ମାସ ପର୍ଯ୍ୟନ୍ତ ଗ୍ରୀନ ଜୋନରେ ରହି ଆସିଥିଲା । ତେବେ ଜିଲ୍ଳାକୁ ଫେରନ୍ତା ପ୍ରବାସୀମାନେ ଏହି ସଂଖ୍ୟା ବୃଦ୍ଧି କରିବାରେ ବେଶ ସହାୟକ ହୋଇଥିବାରୁ ଜିଲ୍ଳା ପ୍ରଶାସନ ମଧ୍ୟ ଏହାକୁ ନେଇ ଚିନ୍ତାରେ ପଡିଛି । ଅପରପକ୍ଷେ ଏକାଥରେ ଗୁଣପୁର ବ୍ଳକ ବିଜୟପୁର ଗ୍ରାମରେ ୭୪ଜଣଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଏହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବୃଦ୍ଧି କରିଦେଇଛି । ତଥାପି ଜିଲ୍ଳା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି ଗୃହୀତ କରୁନାହାନ୍ତି । ରାୟଗଡ ଜିଲ୍ଳାରେ ବର୍ତମାନ ୧୩୭ଜଣ କରୋନା ପଜିଟିଭ ଆକ୍ରାନ୍ତ ହୋଇଥିବା ବେଳେ ୩୮ଜଣ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ସେହିପରି ଜିଲ୍ଳାର ଜେକେପୁର କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୁଣପୁର କୋଭିଡ କେୟାରରେ ୯୯ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ମଙ୍ଗଳବାର ଦିନ ୫୭୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ରାୟଗଡ ଜିଲ୍ଳାରୁ ୯ଜଣ ମହିଳା ରହିଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ୯ଜଣ ମହିଳା ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ସେମାନଙ୍କୁ ପଂଜୀକୃତ କରାଯାଇ ରାୟଗଡ ବ୍ଳକ ପେଣିକଣା ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସେଥିମଧ୍ୟରୁ ଜଣେ ମହିଳାଙ୍କ ବୟସ ୨୫ବର୍ଷ ହୋଇଥିବା ବେଳେ ଅନ୍ୟ ୮ଜଣ ୧୯-୨୦ବୟସ୍କ ହୋଇଥିବା ନେଇ ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ଯେ ହେତୁ ସେମାନେ ଟିଏମସି ରହୁଥିଲେ ତେଣୁ ଉକ୍ତ ଅଂଚଳକୁ ଆଉ କନଟେଂଟମେଂଟ ଜୋନ କରିବା ଆବଶ୍ୟକ ନୁହେଁ ବୋଲି ମଧ୍ୟ କହିଛନ୍ତି । ବିଜୟପୁର ଗ୍ରାମରେ ପ୍ରଥମ ଚିହ୍ନଟ ହୋଇଥିବା ଗୋଟିଏ ପରିବାରର ୩ଜଣଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ୧୩ଜଣ ଓ ଉକ୍ତ ୧୩ଜଣଙ୍କ ସଂସ୍ପର୍ଶରେ ଆସି ୭୯ଜଣ ସଂକ୍ରମିତ ହୋଇଥିବା ବେଳେ ଚିକିତ୍ସିତ ହୋଇ ଉକ୍ତ ପରିବାର ୩ଜଣ ବର୍ତମାନ ସୁସ୍ଥ ରହିଛନ୍ତି । ତେଣୁ ଆତଙ୍କିତ ନ ହୋଇ କୋଭିଡ ଗାଇଡଲାଇନ ମାନି ଚଳିଲେ ଏବଂ ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବା, ମାସ୍କ ପରିଧାନ କରି ବାହାରକୁ ଯିବା, ଅଯଥାରେ ଗହିଳପୂର୍ଣ୍ଣ ସ୍ଥାନକୁ ନ ଯିବା, ୨ମିଟର ସାମାଜିକ ଦୂରତାରେ କଥାବାର୍ତା ହେବା, ନିୟମିତି ସାନିଟାଇଜର କିମ୍ବା ସାବୁନରେ ହାତ ଧୋଇଲେ ଏବଂ ପ୍ରବାସୀମାନେ ହୋମ କ୍ୱାରେନାଟାଇନରେ ରହୁଥିବା ବେଳେ କ୍ୱାରେନଟାଇନ ନିୟମ ମାନି ଚଳିବା ଏବଂ ତ୍ୟାଗ, ସଂଯମ ଓ ଶୃଙ୍ଖଳା ରକ୍ଷା କଲେ କରୋନ ହାରିବ ଓ ଜୀବନ ଜିତିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାର୍ତା ଦେଇଥିବାରୁ ବୃଦ୍ଧି ପାଉଥିବା ପଜିଟିଭ ସଂଖ୍ୟାକୁ ନେଇ ଭୟଭୀତ ଓ ଆତଙ୍କିତ ନ ହେବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗ ରହିଲେ ଜିଲ୍ଳାରେ ପଜିଟିଭ ସଂଖ୍ୟା ହ୍ରାସ ପାଇବ ବୋଲି ମଧ୍ୟ କହିଛନ୍ତି ।

Udyog Nursery
Udyogi Nursery

ମିଳିଥିବା ସୂଚନା ପ୍ରକାରେ ଜୁଲାଇ ୭ତାରିଖ ସୁଦ୍ଧା ବର୍ତମାନ ଜିଲ୍ଳାର ୧୧ଗୋଟି ବ୍ଳକରେ ପରିଚାଳିତ ହେଉଥିବା ୫୬ଟି ଟିଏମସି କେନ୍ଦ୍ରରେ ୧୪୧୪୧ ଜଣ ଓ ୩ଟି ପୈାରାଂଚଳରେ ୧୧୩୧ଜଣ ହୋମ କ୍ୱାରେନଟାଇନରେ ସମୁଦାୟ ୧୫୨୭୨ଜଣ ପ୍ରବାସୀ ଫେରିଥିଲେ । ସେହିପରି ଜୁଲାଇ ୭ତାରିଖ ସୁଦ୍ଧା ବ୍ଳକର ୫୬ଟି ଟିଏମସି କେନ୍ଦ୍ରରୁ ୧୩୧୫୨ଜଣ ଘରକୁ ଫେରିଥିବା ବେଳେ ୯୮୯ଜଣ ବର୍ତମାନ ଟିଏମସି କେନ୍ଦ୍ରଗୁଡିକରେ ରହିଛନ୍ତି । ସେହିପରି ଜିଲ୍ଳାରୁ ଗତ ଜୁଲାଇ ୪ତାରିଖରେ ୨୨୯ଟି ସ୍ୱାବ ନମୂନାକୁ ପରୀକ୍ଷା ନିମନ୍ତେ ଆରଏମଆରସି କେନ୍ଦ୍ରକୁ ପଠାଇଥିବା ବେଳେ ସେଥିରୁ ୨୨୦ଜଣଙ୍କ ନମୂନା ନେଗେଟିଭ ଓ ୯ଜଣଙ୍କ ନମୂନା ପଜିଟିଭ୍ ବାହାରିଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.