କଳାହାଣ୍ଡି,୨୫/୭: କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପୂଜା ସାହୁ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗଜବାହାଲର ପତ୍ର ସଂଖ୍ୟା – ୧୧୦ ରେ ଏନେଇ ସୂଚିତ କରାଯାଇଛି ଯେ, ୨୬ ତାରିଖ ରବିବାର ସକାଳ ୬ ଘଣ୍ଟା ଠାରୁ ୨୮ ତାରିଖ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତ ଶଟ୍ ଡାଉନ୍ ରହିବ । ଏହି ସମୟରେ ଅତ୍ୟାବଶକ ସେବା ବ୍ୟତୀତ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଗଜବାହାଲ ପଞ୍ଚାୟତ ସଂଲଗ୍ନ ପଡୋଶୀ ବଲାଙ୍ଗିର ଜିଲ୍ଲାର ଗୋଟିଏ ଗାଁର ଜଣକ ଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in