୬୫ଚିହ୍ନଟ ପରେ ରାୟଗଡ ଓ ଗୁଣପୁରରେ କନଟେଂଟମେଂଟ ଜୋନ ବୃଦ୍ଧି

ରାୟଗଡ,୨୫/୭: ରାୟଗଡ ଜିଲ୍ଳାରେ ଶନିବାର ଦିନ ୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଜିିଲ୍ଳାର ରାୟଗଡ ଓ ଗୁଣପୁର ପୈାରାଂଚଳ ସମେତ ରାମନାଗୁଡା ଓ ବିଷମକଟକ ବ୍ଳକର ବିଭିନ୍ନ ସ୍ଥାନରେ ଜିଲ୍ଳା ପ୍ରଶାସନ ତରଫରୁ ସଂକ୍ରମଣ ରୋକିବା ପାଇଁ ତଥା କଂଟାକ୍ଟ ଟ୍ରେସିଂ ଆରମ୍ଭ କରିବା ପାଇଁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଛି । ବର୍ତମାନ ଜିଲ୍ଳାରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭ରେ ପଂହଚିଥିବା ବେଳେ ୨୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବଳକା ୨୭୩ଜଣ ଜିଲ୍ଳାର ବିଷମକଟକ, ଗୁଣପୁର, ତାଡମା କୋଭିଡ କେୟାର କେନ୍ଦ୍ର ଓ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହି ୬୫ଜଣଙ୍କ ମଧ୍ୟରେ ରାୟଗଡ ପୈାରାଂଚଳରୁ ୧୭ଜଣ,ଗୁଣପୁର ପୈାରାଂଚଳରୁ ୩୪ଜଣ,ରାମନାଗୁଡା ବ୍ଳକରୁ ୧୨ଜଣ, ପଦ୍ମପୁର ଓ ବିଷମକଟକ ବ୍ଳକରୁ ଜଣେ ଲେଖାଁଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାୟଗଡ ପୈାରାଂଚଳରେ ଚିହ୍ନଟ ହୋଇଥିବା ୧୭ଜଣ ପଜିଟିଭଙ୍କ ମଧ୍ୟରେ ମେଡିକଲ ପଛପଟ ସାହିରେ ୨ଜଣ,ରାଣୀଗୁଡା ଫାର୍ମ ଅଂଚଳ ଓରଟେଲ କାର୍ଯ୍ୟାଳୟ ନିକଟରେ ଜଣେ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଜଣେ, ନେହୁରୁ ନଗର ତୃତୀୟ ଲାଇନରେ ଥିବା ଏଏମଜି ଗ୍ରାଫିକ୍ସରେ ୨ଜଣ,vସିଆରପିଏଫ ହେଡ୍ କ୍ୱାଟରର ୨ଜଣ, ସେକ୍ରେଡ୍ ହାର୍ଟସ୍କୁଲ ନିକଟସ୍ଥ ଚର୍ଚ୍ଚ ସାହିରୁ ଜଣେ, ଗାନ୍ଧିନଗର ସ୍ଥିତ ଟେଲିଫୋନ ଭବନ ସାହିରୁ ୨ଜଣ, ରୟତ କଲୋନୀ ୨ୟ ଲାଇନରୁ ୨ଜଣ,ଅରବିନ୍ଦ ନଗରରେ ୨ଜଣ ଓ ଇନ୍ଦିରା ନଗର ଷଷ୍ଠ ଲାଇନରୁ ଜଣେ ରହିଛନ୍ତି ।

Omkar Vasthu
Omkar Vasthu

ଜିଲ୍ଳା ପ୍ରଶାସନ ତରଫରୁ ଏହି ସମସ୍ତ ଅଂଚଳକୁ କନଟେଂଟମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଗୁଣପୁର ପୈାରାଂଚଳରେ ସର୍ବାଧିକ ୩୪ଜଣ ଚିହ୍ନଟଙ୍କ ମଧ୍ୟରେ ନିଳାଦ୍ରୀ ବିହାର ୨ୟ ଲାଇନରୁ ଜଣେ, ସାଇନଗରରୁ ୨ଜଣ, କୁମୁଟି ସାହିରୁ ୬ଜଣ,ନୂଆ ବସଷ୍ଟାଣ୍ଡ ଠାରେ ଜଣେ, ଜଗନ୍ନାଥ ନଗରରୁ ୨ଜଣ, ପାଇକ ସାହିରୁ ଜଣେ,ଗଙ୍ଗାନାୟକ ସାହିରୁ ୨ଜଣ, ଡେରା ସାହିରୁ ଜଣେ, ଟେମ୍ପେରାରୀ କଲୋନୀରୁ ୨ଜଣ, କାମ୍ପ ସାହିରୁୂ ଜଣେ, ବାଉରୀ ସାହିରୁ ଜଣେ, ଜଙ୍ଗମ ସାହିରୁ ୨ଜଣ,ବ୍ରାହ୍ମଣ ସାହିରୁ ୨ଜଣ, କମଳା ନଗର, ମର୍ଣ୍ଣିଙ୍ଗ ସାହି, ଜେଲ କଲୋନୀ, ଆଦର୍ଶ ନଗର ପ୍ରଥମ ଲାଇନ ଓ କଣ୍ଡାବାଉରୀ ସାହିରୁ ଜଣେ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଫୁଲ ବଗିଚା ସାହି, କୋତୁରୁ ୨ଜଣ ଲେଖାଁଏ ଓ ବାକିଟି ସାହିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବାରୁ ଉକ୍ତ ସମସ୍ତ ଅଂଚଳକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

ସେହିପରି ରାମନାଗୁଡା ବ୍ଳକର ଉକୁମ୍ବାରୁ ୨ଜଣ,ଗୁଲୁୂମୁଣ୍ଡାରୁ ୫ଜଣ,ଭାମିନୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଅନ୍ତ୍ରାଝୋଲି ଗ୍ରାମରୁ ଜଣେ ଓ ଗୁମୁଡାରୁ ୨ଜଣ ,ଖାଲଗୁମୁଡାରୁ ଜଣେ, ଗୁଲୁଣ୍ଠିରୁ ଜଣେ ଚିହ୍ନଟ ହୋଇଥିବା ବେଳେ ପଦ୍ମପୁର ବ୍ଳକର ସଦର ପଦ୍ମପୁରରୁ ଜଣେ ଓ ବିଷମକଟକ ବ୍ଳକ ଦୁର୍ଗୀ ଗ୍ରାମ ପଂଚାୟତର କଚାପାଇ ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବାରୁ ଏହି ସମସ୍ତ ଅଂଚଳକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇ କଂଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ରାୟଗଡ ପୈାରାଂଚଳର କନଟେଂଟମେଂଟ ଜୋନରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ସେମାନଙ୍କୁ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ପରିମଳ ନିରୀକ୍ଷକ ଭି.ରାଜୁ, ସହାରାଂଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ମେଡିକଲ ଅଫିସର ଓ ତହସିଲଦାର ଉମାଶଙ୍କର ବେହେରାଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ରାୟଗଡ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କୁ ଏହାର ପର୍ଯ୍ୟବେକ୍ଷଣ କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗୁଣପୁର ପୈାର ପରିଷଦ ନିର୍ବାହୀ ଅଧିକାରୀ ଉମାପ୍ରସାଦ ଦାଶ, ଏସଡିଏମଓ, ତହସିଲଦାର ଏଲ.ଏନ.ସାବତ,ରାମନାଗୁଡା ବ୍ଳକ ବିଡିଓ ବେଣୁଧର ଶବର, ସିଏଚସି ମେଡିକଲ ଅଫିସର,ରାମନାଗୁଡା ଓ ତହସିଲଦାର ଜୟଶ୍ରୀ ମଲ୍ଳିକଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ବେଳେ ଗୁଣପୁର ଉପଜିଲ୍ଳାପାଳ ଡକ୍ଟର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ନିର୍ଦ୍ଦେଶ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୭୬୧ତାରିଖ ୨୫/୭/୨୦ରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ କନଟେଂଟମେଂଟ ଜୋନରେ ରହୁଥିବା ସମସ୍ତ ସାଧାରଣ ଜନତାଙ୍କୁ କୋଭିଡ-୧୯ ମାର୍ଗଦର୍ଶିକା ନିୟମ ମାନି ଚଳିବାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.