ଦେଢ ବର୍ଷର ଚିକିତ୍ସାଧିନ ଶିଶୁକୁ ଡାକ୍ତର ମାଡ ମାରିଥିବା ଅଭିଯୋଗ ଆଣିଲେ ଶିଶୁର ମାଁ

ବଲାଙ୍ଗିର,୨୮/୭: ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଚିକିତ୍ସାଧୀନ ଜଣେ ଦେଢ ବର୍ଷର ଶିଶୁଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ଆସିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମଗ୍ର ଟିଟିଲିଗଡ ଅଞ୍ଚଳର ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସିନ୍ଧେକେଲା ଥାନା ଅଧିନସ୍ଥ ପୁତୁଲାତଲେଇ ଗାଁର ଶୋଭନାଥ ଘିଭେଲାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ରାଘବଙ୍କ ନିଶ୍ୱାସ ପ୍ରଶ୍ୱାସରେ ବାଧା ହେବାରୁ ଅସୁସ୍ଥ ପୁଅକୁ ଧରି ବାପା ଶୋଭନାଥ ଓ ମାଁ ଅଏଁଲି ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କୁ ଦେଖାଇବା ସମୟରେ ଶିଶୁର ସାସ୍ଥ୍ୟବସ୍ଥା ଦେଖି ଡାକ୍ତର ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ। ଶିଶୁଟିର ସ୍ଵାସ୍ଥ୍ୟରେ ଉନ୍ନତି ଘଟିଥିବା ବେଳେ ଜୁଲାଇ ୨୬ ତାରିଖ ରାତ୍ରି ପ୍ରାୟ ୯ଟାରେ ଶିଶୁ ରୋଗ ବିଶେଷଜ୍ଞ ଡା. ସତ୍ୟରଞ୍ଜନ ମଲ୍ଲିକ ପରିଦର୍ଶନରେ ଯାଇ ଉକ୍ତ ଶିଶୁକୁ ପରୀକ୍ଷା କରିଥିଲେ। ଏହି ସମୟରେ ଶିଶୁଟି ଡାକ୍ତରଙ୍କ ସ୍ଥେଥସ୍କୋପକୁ ଟାଣି ଦେଇଥିଲା। ଏଥିରେ ଡାକ୍ତର ଉତ୍ୟକ୍ତ ହୋଇ ଶିଶୁର ହାତକୁ ଧରି ତା ଗାଲରେ ଚାରି ଚାପୁଡ଼ା ମାଡ଼ ମାରିଥିବା ଶିଶୁର ମାଁ ଅଏଁଲି ଅଭିଯୋଗ କରିଛନ୍ତି । ଘଟଣା ଘଟିବା ପରେ ଶିଶୁପୁତ୍ରକୁ ଧରି ଭୟରେ ଦମ୍ପତି ଡାକ୍ତରଖାନାରୁ ଡିସ୍‌ଚାର୍ଜ ନେଇ ନିଜ ଗ୍ରାମ ଫେରିଯାଇଥିଲେ । ଘଟଣା ଘଟିବା ପରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏସମ୍ପର୍କରେ ଉପଖଣ୍ଡ ଚିକିତ୍ସାଧିକାରୀ ଦାୟିତ୍ଵରେ ରହିଥିବା ଡା.କୃଷ୍ଣଚନ୍ଦ୍ର ପାଲଙ୍କୁ ପଚାରିବାରୁ ଘଟଣା ଘଟିବା ସମୟରେ ମୁଁ ଉପସ୍ଥିତ ନଥିଲି। ଡାକ୍ତରଖାନା ପରିସରରେ ଉତ୍ତେଜନାକୁ ବିଳମ୍ବରେ ଖବର ପାଇ ପୁଲିସକୁ ଜଣାଇଥିଲେ। ସେ କହିଥିଲେ ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି। ଦୋଷୀ ସାବ୍ୟସ୍ତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ସୋସିଆଲ ମିଡିଆ ଭିଡିଓ ଫୁଟେଜ ଘୂରି ବୁଲୁଥିବା ନେଇ ଡାକ୍ତର ମଲ୍ଲିକଙ୍କୁ ପଚାରିବାରୁ ସେ ପ୍ରଥମେ କହିଲେ ଯେ, ଶିଶୁଟିକୁ ମାଡ଼ ମାରିବା ଭିଡିଓ କେହି କରିନାହାନ୍ତି। ଅବଶ୍ୟ ଶିଶୁର ମାଁ ହୋହାଲ୍ଲା କରିବାରୁ ଘଟଣାଟି ଚାରିଆଡ଼େ ବ୍ୟାପିଛି।

ଡାକ୍ତର ମଲ୍ଲିକଙ୍କ ବିରୋଧରେ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ନାହିଁ ତାହା ବିଭାଗୀୟ ଅଧିକାରୀ ଜାଣିବେ। ହେଲେ ଜଣେ ନିଷ୍ପାପ ଶିଶୁକୁ ମାଡ଼ ମାରିବା ସାଂଘାତିକ ଅପରାଧ ବୋଲି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ କହିଛନ୍ତି। ବିଭାଗୀୟ ଉଚ୍ଚ କତୃପକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.