ସଇନ୍ତଲା,୪/୮: ଦେଓଗାଁ ବ୍ଲକ ଶିକୁଆ ବନ୍ଧ ଆଡିରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦେଓଗାଁ ବ୍ଲକ ଓଏଲଏମ ପ୍ରଦୀପ ଛତ୍ରୀଆ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ କୋଶଳୀ ଲୋକନୃତ୍ୟ ଏକାଡେମୀ କୁତୁର୍ଲା ସଭାପତି ଧରଣୀଧର ରଣା, କନ୍ଧକେଲ ଗାଁ ବନ ବିଭାଗ କର୍ମଚାରୀ ବିମ୍ବାଧର ବେହେରା, ସ୍ବେଚ୍ଛାସେବୀ ଲୋକାସ ଦୀପ, ସ୍ୱେଚ୍ଛାସେବୀ ହଳଧର ସୁନା ଓ ପ୍ରକୃତି ମିତ୍ର ତଥା ପରିବେଶ ପ୍ରେମୀ ଶିକ୍ଷକ କୂଳମଣି ଯୋଶୀ ଯୋଗ ଦେଇଥିଲେ।

ବନ୍ଧ ଆଡିରେ ପ୍ରାୟ ପାଖା ପାଖି୫୦୦ ଟି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରି ମୂଖ୍ୟ ଅତିଥି ଶ୍ରୀ ଛତ୍ରୀଆ ବୃକ୍ଷର ଉପକାରିତା ଓ ପରିବେଶ ଉପରେ ସଚେତନ କରିଥିବା ବେଳେ ଶିକ୍ଷକ ଯୋଶୀ ଜନ୍ମରୁ ମୃତ୍ୟ ପର୍ଯ୍ୟନ୍ତ ବୃକ୍ଷର ଅବଦାନ ମଣିଷ ସମାଜ ପାଇଁ ଅତୁଳନୀୟ ଓ ଏହାର ଯତ୍ନ ଆମର ମୌଳିକ କର୍ତ୍ତବ୍ୟ ବୋଲି କହିଥିଲେ। ଅନ୍ୟ ମାନନଙ୍କ ମଧ୍ୟରେ ଶିକୁଆ ସ୍ୱୟଂ ସହାୟକ ଦଳ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସଇଁନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in






