କୋକସରା,୪/୮: କରୋନା ମହାମାରୀ ଧୀରେ ଧୀରେ ବଢ଼ିବାରେ ଲାଗିଛି, ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କୋକସରା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍ଡାଉନ ଘୋଷଣା କରିଛନ୍ତି ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ । ପଡୋଶୀ ଡାଳଗୁମା ପଞ୍ଚାୟତରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ହେତୁ ପଞ୍ଚାୟତର ସମସ୍ତ ଅଞ୍ଚଳକୁ ଅଗଷ୍ଟ ୫ ସକାଳ ୬ଘଣ୍ଟା ରୁ ଅଗଷ୍ଟ ୭ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ।ଗୋଷ୍ଠୀ ସଂକ୍ରମଣ ବୃଦ୍ଧି, ଆଗୁଆ ସତର୍କତା ଏବଂ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି । ଡ଼ାକବାଜି ଯନ୍ତ୍ରରେ ଆଜି ପ୍ରଚାର କରି ଲୋକଙ୍କୁ ଅବଗତ କରାଯାଇଛି । ଏହି ସଟ୍ଡାଉନ ଯୋଗୁଁ ଆସନ୍ତା କୋକସରା ପଞ୍ଚାୟତର ଦୋକାନ ବଜାର, ଅଫିସ କାର୍ଯ୍ୟାଳୟ ବନ୍ଦ ରହିବ । କିନ୍ତୁ ସଟଡାଉନରୁ ଜରୁରୀକାଳୀନ ସେବା, ଔଷଧ ଦୋକାନ, ଅତ୍ୟାବଶ୍ୟକ ସାମଗ୍ରୀ, କ୍ଷୀର ଦୋକାନକୁ ବାଦ୍ ଦିଆଯାଇଛି ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in






