ବଡପଡା ଓ ବଜାର ପଡ଼ା କଣ୍ଟେନମେଣ୍ଟ ଜୋନ ଘୋଷିତ

ଜୁନାଗଡ଼,୭/୮: କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନାଗଡ଼ ବଜାରପଡା ଓ ବଡପଡା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାର ତିନି କିଲୋମିଟର ବ୍ୟାସର୍ଦ୍ଧକୁ ବଫର ଜୋନ ଘୋଷଣା କରାଯାଇଛି।ଜୁନାଗଡ଼ର ସଂପୃକ୍ତ ଅଂଚଳରୁ ତିନୋଟି କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ସହରରେ ଦୋକାନ ବଜାର ସମେତ ଅଫିସ କାର୍ଯ୍ୟାଳୟ ଗୁଡିକ ମଧ୍ୟ ନିଜ ପରିସର ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ଜନସାଧାରଣଙ୍କୁ ସଚେତନ କରାଉଛି। ଜୁନାଗଡ଼ ଡାକ୍ତରଖାନାରେ ଅନ୍ତର୍ବିଭାଗ ଚିକିତ୍ସିତ ହେଉଥିବା ଜଣକୁ କୋଭିଡ୍ ପଜିଟିଭ ହେବା ପରେ ଡାକ୍ତରଖାନାକୁ ସାନିଟାଇଜ କରିବା ପର୍ଯ୍ୟନ୍ତ ଭିତରକୁ ପ୍ରବେଶ କରିବାକୁ ସାମୟିକ ବାରଣ କରାଯାଇଛି।ଜୁନାଗଡ଼ ସହରର ଅନେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.