ଲାଞ୍ଜିଗଡ,୯/୮: ଲାଞ୍ଜିଗଡ଼ ପଞ୍ଚାୟତରେ ୭ ଦିନ କଣ୍ଟେନମେଣ୍ଟ ଜୋନର ଅବଧି ରବିବାର ରାତ୍ର ୧୨ ଘଣ୍ଟା ମଧ୍ୟରେ ଶେଷ ହେବା ପୂର୍ବରୁ ପୁଣି ପଞ୍ଚାୟତରକୁ ୧୨୦ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ସୁଶ୍ରୀ ମଣି ମାଝୀ । ଲାଞ୍ଜିଗଡ ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୨୪୬ ତା- ୯/୮/୨୦୨୦ ରିଖରେ ଉଲ୍ଲେଖ ରହିଛି ଯେ, ଲାଞ୍ଜିଗଡ଼ ଓ ଛତ୍ରପୁରରେ ପଞ୍ଚାୟତରେ କରୋନା ପଜିଟିଭ୍ ଚିହ୍ନଟ ପରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ୯ ତାରିଖ ରବିବାର ରାତ୍ର ୧୨ ଘଣ୍ଟା ଠାରୁ ଶୁକ୍ରବାର ରାତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ଲାଞ୍ଜିଗଡ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଜନସାଧାରଣଙ୍କ ଅସୁବିଧାକୁ ଅନୁଧ୍ୟାନ କରି ଏହି ବନ୍ଦରେ କିରାଣୀ ଦୋକାନୀ, ମାଛ ମାଂସ ଦୋକାନ ଓ ପନିପରିବା ଦୋକାନ ସକାଳ ୭ ଘଣ୍ଟା ଠାରୁ ଦିନ ୧୧ ଘଣ୍ଟା ପର୍ଯ୍ୟନ୍ତ କେବଳ ସମବାର ଓ ମଙ୍ଗଳବାର ଦୁଇ ଦିନ ନିଜ ଦୋକାନ ଖୁଲିପାରିବେ।କିରାଣୀ ଦୋକାନରେ ବେରିଗେଟ ଦେବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ କୌଣସି ସାମଗ୍ରୀ ନ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ପନିପରିବା ଦୋକାନ ଲାଞ୍ଜିଗଡ଼ ହାଇସ୍କୁଲ ପଡିଆ ଠାରେ ସକାଳ ୬ ଘଣ୍ଟା ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ଖୁଲିବା ପାଇଁ ନିର୍ଦ୍ଦେଶ ଦେବାସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ କୌଣସି ସାମଗ୍ରୀ ନ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା କରାଯିବ ବୋଲି ପତ୍ରରେ ଉଲ୍ଲେଖ ଅଛି। କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବା, ଔଷଧ ଦୋକାନ କ୍ଷୀର ଦୋକାନ, ମାଲ ପରିବହନ, ବ୍ୟାଙ୍କ, ସରକାରୀ ଓ ସରକାରୀ କାର୍ଯ୍ୟାଳୟ ସକାଳ ୮ ଘଣ୍ଟା ଠାରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ଗ୍ରାହକଙ୍କୁ ପାଇଁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in