ପୋଲିସ ଥାନାକୁ ସୁସ୍ଥ ହୋଇ ଫେରିଲେ ୩ କରୋନା ଯୋଦ୍ଧା, ଏସପି କଲେ ସ୍ୱାଗତ

ରାୟଗଡ,୯/୮: ମହାମାରୀ କରୋନ ସଂକ୍ରମଣରେ ରାୟଗଡ ଜିଲ୍ଳାର ଜିଲ୍ଳା ପୋଲିସ ବିଭାଗର ବହୁ କାର୍ଯ୍ୟରତ କରୋନା ଯୋଦ୍ଧାମାନେ ସଂକ୍ରମିତ ହୋଇଥିଲେ । ତେବେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ଏବଂ ୧୪ଦିନ ହୋମ କ୍ୱାରେନଟାଇନ ରହିବା ପରେ ନିଜ କର୍ମକ୍ଷେତ୍ରରେ ପୁଣି ଥରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ନିଜ ଡ୍ୟିୁଟିରେ ଯୋଗ ଦେଉଛନ୍ତି । କରୋନାକୁ ହରାଇ ସୁସ୍ଥ ହୋଇ ଫେରିଥିବା ରାୟଗଡ ଜିଲ୍ଳା ଗୁଡାରୀ ଥାନାର ୩ ଜଣ କରୋନା ଯୋଦ୍ଧା ନିଜ ଡ୍ୟିୁଟିରେ ରବିବାର ଦିନ ଯୋଗ ଦେବାକୁ ଆସିଥିବା ବେଳେ ସେମାନଙ୍କୁ ଉତ୍ସାହିତ କରିବା ସହ କରୋନାକୁ ନ ଡରି ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅବଲମ୍ବନ କରି ନିଜକୁ ସୁସ୍ଥ କରିପାରିଥିବାରୁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି ୩ଜଣ କରୋନା ଯୋଦ୍ଧା ମଧ୍ୟରେ ଦୁଇ ଜଣ ଗୃହରକ୍ଷୀ ଓ ଜଣେ ଓଏପିଏଫ ପୋଲିସ ଯବାନ ରହିଥିଲେ । ଜିଲ୍ଳା ଏସ.ପି.ଙ୍କ ସମେତ ଗୁଡାରୀ ଥାନା ଅଧିକାରୀ ଏସ.କେ.ତାଉଡିଆ, ସିଆରପିଏଫ’ର ଆସିସଷ୍ଟାଂଟ କମାଣ୍ଡର ସୁମନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ୩ଜଣ କରୋନା ଯୋଦ୍ଧାଙ୍କୁ ସ୍ୱାଗତ କରିଥିଲେ । ସରକାରଙ୍କ କୋଭିଡ-୧୯ମାର୍ଗଦର୍ଶିକାକୁ ଅନୁସରଣ କରି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ ଓ ଅତ୍ୟନ୍ତ ଜରୁରୀ ନ ଥିଲେ ଘରୁ ନ ବାହାରି ଘରେ ରହିଲେ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖି ପାରିବା ସହ କରୋନାକୁ ହରାଇ ଜୀବନ ଯୁଦ୍ଧ ଜିତିପାରିବେ ବୋଲି ଜିଲ୍ଳା ଏସ.ପି.ଶ୍ରୀ ବିବେକ ଏମ. ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.