କଳାହାଣ୍ଡି,୧୦/୮: ସ୍ୱଳ୍ପ ବର୍ଷା କାରଣରୁ ଚାଷୀ ଚିନ୍ତାରେ ରହିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡିରେ ପ୍ରାଚୀନ କାଳରୁ ଅନୁଶୃତ ହୋଇଆସୁଥିବା ଇନ୍ଦ୍ର ପୂଜା ବା ଇନ୍ଦ୍ର ପୂଜା ଆରମ୍ଭ ହୋଇଛି । ସେହି କ୍ରମରେ କୁସୁମଦେଈ ପାହାଡ଼ ଶିଖରେ ଇନ୍ଦ୍ର ପୂଜା ପାଳିତ ହୋଇଥିବା ଜଣାଯାଇଛି । ରାଧାକୃଷ୍ଣ ମନ୍ଦିର କମିଟୀ ଗୌଡ଼ପଡ଼ା ତରଫରୁ ଗୋକୁଳ ଭୋଇ, ପ୍ରଶାନ୍ତ ସାମନ୍ତରା, ଡ଼ମନ ପୋଢ, ଦୁତିଆ ଭୋଇ, ନୃସିଂହ ଭୋଇ, ଶିବରାମ ନାହାକ, ଟିକେଧର ବାଗ, ଭାଗବତ ଘିଭେଲା, ସନ୍ତୋଷ ଭାଟି, ତ୍ରିଲୋଚନ ଦାଶ, ସୋମନାଥ ଦାଶ, ପ୍ରଦୀପ ବାରିକ, ବନମାଳି ଗହୀର, ଅନୀଲ ସାମନ୍ତରା ପ୍ରମୁଖ ପାହଡ଼ ଶିଖରରେ ଇନ୍ଦ୍ରଦେବଙ୍କୁ ପୂଜାର୍ଚ୍ଚନା କରି ଫେରିଥିବା ଜଣାଯାଇଛି ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in