କରୋନା ସଚେତନା ପାଇଁ ଏସୟୁଜେ(ଓ) ପକ୍ଷରୁ ସଚେତନତା ବ୍ୟାନର

ରାୟଗଡ,୧୫/୮: ମହାମାରୀ କରୋନା ଭୂତାଣୁକୁ ସମୂଳେ ନାଶ କରିବା ପାଇଁ ଦେଶରେ କୈାଣସି ଭ୍ୟାକ୍ସିନ ଏଯାବତ୍ ବାହାରି ନ ଥିବା ବେଳେ ସତର୍କ ଓ ସଚେତନତା ହିଁ ଏହାର ଅମୋଘ ଅସ୍ତ୍ର ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ପ୍ରଚାର ପ୍ରସାର କରାଯାଉଛି । ଏ ନେଇ ସରକାରଙ୍କ କୋଭିଡ-୧୯ ନିୟମାନୁଯାୟୀ ନିର୍ଦ୍ଦେଶ ହୋଇଥିବା ମାର୍ଗଦର୍ଶିକାକୁ ଅନୁସରଣ କଲେ କରୋନା ଠାରୁ ଦୂରେଇ ରହିବା ସହ ବ୍ୟାପୁଥିବା ସଂକ୍ରମଣ ଚ୍ୟାନକୁ ବିଚ୍ଛିନ୍ନ କରିହେବ ବୋଲି କହୁାଯାଇଛି । ଏହି ମର୍ମରେ ରାଜ୍ୟ ସାମ୍ବାଦିକ ୟୁନିଅନ୍‌, (ଓଡିଶା), ଏସୟୁଜେ (ଓ) ରାୟଗଡ ଜିଲ୍ଳା ଶାଖା ତରଫରୁ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଳାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସାନିଟାଇଜର କିମ୍ବା ସାବୁନରେ ନିୟମିତ ହାତ ଧୂଅନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ମାସ୍କ ବ୍ୟବହାର କରନ୍ତୁ, ସ୍ୱେଚ୍ଛାକୃତ ଭାବେ ପ୍ଳାଜମା ଦାନ କରିବାକୁ ଆଗେଇ ଆସନ୍ତୁ ଓ ଅତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସଚେତନତା ବାର୍ତାଗୁଡିକ ଜିଲ୍ଳାବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡ ସହରର କପିଳାସ ଛକ ଓ ନୂଆ ବସଷ୍ଟାଣ୍ଡ ଛକରେ ବ୍ୟାନର ଲଗାଯାଇ ଏଥିରେ ଉଲ୍ଳେଖ କରାଯାଇଛି ।ଏସୟୁଜେ, ରାୟଗଡ ଜିଲ୍ଳା ଶାଖା ତରଫରୁ ମହାମାରୀ କରୋନା ଉପରେ ସଚେତନତା ପାଇଁ ବ୍ୟାନର ଲଗାଯାଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.