ଅଗ୍ରଗାମୀ ଅନୁଷ୍ଠାନ ତରଫରୁ ପ୍ରବାସୀ ଓଡିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରାୟଗଡ,୧୭/୮: ରାୟଗଡ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅଗ୍ରଗାମୀର ସହଯୋଗରେ ଏବଂ ଜିବ୍ ଦୟା ଫାଉଣ୍ଡସନ, ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥିକ ସାହାଯ୍ୟରେ ରାୟଗଡ ଜିଲ୍ଲାର ରାୟଗଡ ଏବଂ କାଶୀପୁର ବ୍ଲକରେ ମୋଟ ୨୫୭ ଜଣ ପ୍ରବାସୀ ଓଡିଆ ଏବଂ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

ମହାମାରୀ କୋରୋନ ଭାଇରସ ଦ୍ଵାରା ରୋଜଗାର ହରାଇଥିବା ପ୍ରବାସୀ ଓଡିଆ ରାୟଗଡ଼ ବ୍ଲକର କୁଟୁଳି ଗ୍ରାମ ପଞ୍ଚାୟତର କୁଟୁଳି, ଝୁମୁକା, ସନମାନଧର, ବଦମାନଧର, ମିନପାଇ ଏବଂ କୁମ୍ଭୀକୋଟା ଗ୍ରାମ ପଞ୍ଚାୟତର ପୁଞ୍ଜପାଇ, ହିମରପୋଡି, ମାରଡିପୋଡି, ଉଦୟପୁର, ପିଚୁଡି, କୋଶକୋଣା ଆଦି ଗ୍ରାମ ର ୧୦୦ ଜଣ ପ୍ରବାସୀ ଓଡିଆ ମାନଙ୍କୁ ଏବଂ ସେହିପରି କାଶୀପୁର ବ୍ଲକର ରେଙ୍ଗା ଗ୍ରାମ ପଞ୍ଚାୟତର ଟେଲିଙ୍ଗିରି, ସେମିଲିଗୁଡା, ପଟାମୁଣ୍ଡା, ରଞ୍ଜୁଗୁଡା ମାଇକାଞ୍ଚ ଗ୍ରାମ ପଞ୍ଚାୟତର କଟାଳି, କୁତୁରୁଝିରି ଗରଖପୁର ଗ୍ରାମ ପଞ୍ଚାୟତର ରାଉତଘାଟି ଏବଂ ମାଣ୍ଡିବିଶି ଗ୍ରାମ ପଞ୍ଚାୟତର ରସ୍ତୁଗୁଡା ଆଦି ଗ୍ରାମର ୧୫୭ ଜଣ ପ୍ରବାସୀ ଓଡିଆ ଏବଂ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାଉଳ ୧୦ କିଗ୍ରା ,ମାଣ୍ଡିଆ ୫ କିଗ୍ରା, କାନ୍ଦୁଲ ଡାଲି ୨ କିଗ୍ରା, ମୋଟର ଚନା ୩ କିଗ୍ରା, ଆଳୁ ୫.୫ କିଗ୍ରା, ପିଆଜ ୩ କିଗ୍ରା, ଖାଇବା ତେଲ ୧ ପକେଟ , ଲୁଣ ୧ କିଗ୍ରା ଏବଂ ଲଙ୍କା ଗୁଣ୍ଡ ୧୦୦ ଗ୍ରାମ ହିସାବରେ ବଣ୍ଟନ କରଯାଇଥିଲା। କାଶୀପୁର ବ୍ଲକରେ ଉକ୍ତ କାର୍ଯ୍ୟକ୍ରମରେ ପ୍ରବାସୀ ମାନଙ୍କୁ କାଶୀପୁର ବିଡିଓ ସୁଧାକର ରଇତ, ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ, ସହ ନିର୍ଦ୍ଦେଶିକା ଶ୍ରୀମତୀ ବିଦ୍ୟା ଦାସ, ନାରିନେତ୍ରୀ ସୁମନୀ ଝୋଡିଆଙ୍କ ଦ୍ଵାରା ଖାଦ୍ଯ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ରାୟଗଡ ବ୍ଲକରେ ଉଭୟ କୁମ୍ଭୀକୋଟାର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମିତା କୁଲେସିକା ଏବଂ ସମାର ମିନିୟାକଙ୍କ ଦ୍ଵାରା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ କୁଟୁଳି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ କୈଲାଶ ମିନିୟକା ଏବଂ ରାଜେନ୍ଦ୍ର ମିନିୟାକଙ୍କ ଦ୍ଵାରା ବଣ୍ଟନ କରଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଗ୍ରଗାମୀର କର୍ମୀ ପ୍ରମୋଦ କୁମାର ପଣ୍ଡା, ସୁଜାତା ନାହାକ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସ୍ବେଛାସେବୀ କୈଲାଶ ମାଣ୍ଡଙ୍ଗି, ରଞ୍ଜନ ମାଣ୍ଡଙ୍ଗି ଏବଂ ମହେଶ୍ଵର ମାଣ୍ଡଙ୍ଗି ସହଯୋଗ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.