ଅଟାଙ୍ଗଗୁଡା କ୍ଲଷ୍ଟର୍ ଦ୍ୱାରା ଅନଲାଇନରେ ‘ଗୁରୁ ପ୍ରଣାମ’ କାର୍ଯ୍ୟକ୍ରମ
ଲାଞ୍ଜିଗଡ଼: ଶିକ୍ଷା ହିଁ ବିକାଶର ମୂଳାଧାର। ଏହା ବିନା ମଣିଷର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହଁ। ତେବେ ଛାତ୍ରଛାତ୍ରୀ ମଧ୍ୟରେ ମାଟିପ୍ରୀତି ଜାଗ୍ରତ ସହ ଦେଶନିର୍ମାଣ ପାଇଁ ସେମାନଙ୍କ ବ୍ୟକ୍ତିତ୍ବ ଗଠନ ଦିଗରେ ଶିକ୍ଷକଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଅତୁଳନୀୟ ବୋଲି ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଟାଙ୍ଗଗୁଡା କ୍ଲଷ୍ଟର ଦ୍ୱାରା ଆୟୋଜିତ ‘ଗୁରୁ ପ୍ରଣାମ’ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ଜିଲ୍ଲା ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ଅଟାଙ୍ଗଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାପତିତ୍ୱ କରିଥିଲେ କ୍ଲଷ୍ଟର ସଂଯୋଜିକା ମିନତୀ କୁମାରୀ ପ୍ରଧାନ। ସଭା ପରିଚାଳନା କରିଥିଲେ ଯୁବ ଶିକ୍ଷକ ଡିଲେଶ୍ୱର ରଣା। ଏଥିରେ କ୍ଲଷ୍ଟରର ୪୦ରୁ ଉର୍ଦ୍ଧ୍ଵ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





