ମାଁ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ

ମନ୍ଦିର ପରିସରରେ ୧୪୪ ଧାରା ଜାରି, ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା

ଜୁନାଗଡ଼: ଜୁନାଗଡ଼ର ଇଷ୍ଟଦେବୀ ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଉତ୍ସବ ପାଳିତ ହୋଇଯାଇଛି । କୋଭିଡ କଟକଣା ଥିବା ଯୋଗୁଁ ଗୁରୁବାର ଅପରାହ୍ନ ୨ ଟା ରୁ  ଶୁକ୍ରବାର ସକାଳ ୬ ଟା ପର୍ଯ୍ୟନ୍ତ  ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା। । ଫଳରେ ଗୁରୁବାର ବିନା ଭକ୍ତରେ ଖଣ୍ଡାବସା ଉତ୍ସବ ପାଳିତ ହୋଇଥିଲା । ଉକ୍ତଦିନ ସନ୍ଧ୍ୟାରେ ପୂଜକ ମାଁ ଲଙ୍କେଶ୍ୱରୀଙ୍କ ପାଟଖଣ୍ଡାକୁ ଧରି ନିକଟସ୍ଥ ଡାକବଙ୍ଗଳାକୁ ନେଇଥିଲେ । ଅନ୍ୟ ପଟେ ବୁଢାରଜା ମନ୍ଦିରରୁ ଶଙ୍ଖୁଆରି ଅନ୍ୟ ଏକ ଖଣ୍ଡାକୁ ଧରି  ବଙ୍ଗଳାକୁ ପ୍ରବେଶ କରିଥିଲେ ।  ବଙ୍ଗଳାରେ ଥିବା ଏକ ଅସ୍ଥାୟୀ ଘରେ ସ୍ୱର୍ଣ୍ଣକାର ବାଳକୃଷ୍ଣ ଆଚାରୀ ଦୁଇଟି ଖଣ୍ଡାକୁ ମାର୍ଜନା କରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ପରେ ପାଟଖଣ୍ଡାକୁ  ମାଁଲଙ୍କେଶ୍ୱରୀ ମନ୍ଦିରକୁ ନିଆଯାଇଥିଲା ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ବୁଢ଼ାରଜା ମନ୍ଦିରର ଶଙ୍ଖୁଆରୀ ଖଣ୍ଡାକୁ ବୁଢାରଜା ମନ୍ଦିରକୁ ଯାଇଥିଲେ ।  ପରେ ମହାରାଜା ଅନନ୍ତ ପ୍ରତାପ ଦେଓ ପାଟଖଣ୍ଡାକୁ ନେଇ ମନ୍ଦିରରେ ଚାଉଳରେ ବସେଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ପରେ ଲଙ୍କେଶ୍ୱରୀ ମନ୍ଦିରରେ ପାଟଗଡ଼ରାକୁ ବଳି ଦିଆଯାଇଥିଲା । ମଧ୍ୟରାତ୍ରରେ ଦେବୀଙ୍କ ମନ୍ଦିର ପରିସରରେ ଏକ ପୋଢ଼ବଳି ଦିଆଯାଇଥିଲା । ମନ୍ଦିରରୁ ୫୦୦ ମିଟର ଦୂର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିବା ବେଳେ ଭକ୍ତଙ୍କ ସମାଗମ ହୋଇନଥିଲା । କେବଳ ମନ୍ଦିର କମିଟି କିଛି ସଦସ୍ୟ ଓ ପୂଜକ ମାନେ ହିଁ ମନ୍ଦିର ପରିସରରେ ଉପସ୍ଥିତ ଥିଲେ । ଖଣ୍ଡାବସା ଉତ୍ସବରେ କୋଭିଡ ନିୟମ କଟକଣା ଓ ସୁରକ୍ଷା କୁ ଆଖି ଆଗରେ ରଖି ଜୁନାଗଡ଼ ସହରର ବିଭିନ୍ନ ପଡା ରାସ୍ତା କୁ ବ୍ୟାରିକେଡ ଦେଇ ବନ୍ଦ କରାଯାଇଥିଲା ।

Udyog Nursery
Udyogi Nursery

ଧର୍ମଗଡ଼ ଏସଡିପିଇଓ ନାରାୟଣ ନାୟକଙ୍କ ନେତୃତ୍ୱରେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ପ୍ରମୂଖ ଉପସ୍ଥିତ ଥିବାବେଳେ ଜିଲ୍ଳାପାଳ ଚିନ୍ମୟ ନାଏକ, ଧର୍ମଗଡ଼ ତହସିଲଦାର  ହରେକୃଷ୍ଣ ବରିହା ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ ।
 
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.