କଳାହାଣ୍ଡି ପୋଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

● ସଂଗୃହୀତ ହେଲା ୫୧ ୟୁନିଟ ରକ୍ତ

ଧର୍ମଗଡ/ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଗୋଳାମୁଣ୍ଡା ଥାନା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ହୋଇଥିବା ଏହି ରକ୍ତଦାନ ଶିବିରରେ ଶକ୍ତି, ଶିଳ୍ପ, ଏମ.ଏସ.ଏମ.ଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ରକ୍ତଦାତା ଓ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ। ଧର୍ମଗଡ଼ ଏସ.ଡି.ପି.ଓ. ନାରାୟଣ ନାୟକ, ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଲ ଶବର, ଗୋଳାମୁଣ୍ଡା ବ୍ଲକ ଅଦ୍ଧକ୍ଷ ତୁଲେଶ୍ୱର ନାଏକ, ବିଶିଷ୍ଟ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, କୃଷକ ନେତା ସାଉଲ ମଙ୍ଗରାଜ ପ୍ରମୁଖ ଗୁରୁ ଦାଇତ୍ୱ ବହନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିବିରରେ ସୋସିଆଲ ଆକ୍ଟିଭିଷ୍ଟ ଅପ କଳାହାଣ୍ଡି, ଏସ.ଭି.ୟାଇ.ଏସ. ଗୋଳାମୁଣ୍ଡାର ସଦସ୍ୟ ଉପସ୍ଥିତ ରହିବା ସହ ଅନେକ ସମାଜସେବୀ ଏହି ମହତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ । ଚପ୍ରିୟା ଡାକ୍ତରଖାନାର ଅନେକ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Udyog Nursery
Udyogi Nursery

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.