୬ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଲାଞ୍ଜିଗଡ଼: ବିଶ୍ୱନାଥପୁର ଥାନା ଢେପଗୁଡା ଜଙ୍ଗଲ ୬ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଡ୍ରାଇଭର ଠାକୁର ସିଂହଙ୍କ ମୃତ୍ୟୁ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସନ୍ଧ୍ୟା ୭ ଘଣ୍ଟା ସମୟରେ ଏକ କୋଇଲା ବୋଝେଇ ଟ୍ରକ (ଏପି-୩୯ଟି-୪୫୭୯) ରାୟଗଡା ଠାରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଢେପଗୁଡା ଜଙ୍ଗଲ ଠାରେ ବ୍ରେକ ଫେଲ ହୋଇ ଗଛରେ ପିଟିହୋଇ ଦୁର୍ଘଟଣା ଗସ୍ତ ହାଇଥିଲା। ଏହି ସମୟରେ ଆନ୍ଦ୍ରପ୍ରଦେଶ ଗୁଣ୍ଠୁର ଜିଲ୍ଲାର ଡ୍ରାଇଭର ଠାକୁର ସିଂହ ଓ ହେଲ୍ପର ନିକଟସ୍ଥ ବାବା ଢ଼ାବାରେ ଖାଇସାରି ଗାଡି ନିକଟକୁ ଫେରୁଥିବା ସମୟରେ ଭବାନୀପାଟଣା ଠାରୁ ରାୟଗଡା ଅଭିମୁଖେ ଯାଉଥିବା ଏକ ଅଜଣା ଗାଡି ଡ୍ରାଇଭର ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।
ଏହି ଖବର ପାଇ ବିଶ୍ୱନାଥପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପିଏସ୍ କେସ ନଂ ୪୪/୨୦୨୦ ରେ ଏକ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ ମାଝୀ ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta