୬୨ ଚିହ୍ନଟ ପରେ ୭୦୬୦ ପଜିଟିଭ୍ ସଂଖ୍ୟାରେ ରାୟଗଡ ଜିଲ୍ଳା

ରାୟଗଡ: କୋଭିଡ-୧୯ଭୂତାଣୁ ସଂକ୍ରମଣରେ ରାୟଗଡ ଜିଲ୍ଳାରେ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ୭୦୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ପୁଣି ଗୁରୁବାର ଦିନ ୬୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୪୦ ଜଣ ପୁରୁଷ ଓ ୨୨ ଜଣ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ୧୮ ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଥିବା ବେଳେ ଆଇଏଲଆଇ/ସାରି ଲକ୍ଷଣରୁ ୩୬ ଜଣ ଏବଂ ହୋମ କ୍ୱାରେନଟାଇନରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୧୭ଜଣ ଚିହ୍ନଟ ହୋଇଥିବା ବେଳେ ରାମନାଗୁଡାରୁ ୧୬, କୋଲନରାରୁ ୧୦, ରାୟଗଡ ସହାରଂଚଳରୁ ୭, ମୁନିଗୁଡାରୁ ୫, ରାୟଗଡ ଗ୍ରାମାଂଚଳରୁ ୩, ବିଷମକଟକରୁ ୨ ଗୁଣପୁର ଗ୍ରାମାଂଚଳ ଓ ପଦ୍ମପୁରରୁ ଜଣେ ଲେଖାଁଏ ମୋଟ ୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩ ଜଣ କରୋନା ଯୋଦ୍ଧା ଗୁରୁବାର ଦିନ ଚିହ୍ନଟ ହେବା ପରେ ଜିଲ୍ଳାରେ ବର୍ତମାନ ୭୫୬ ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୮୨.୦୧ ପ୍ରତିଶତ ସୁସ୍ଥତା ହାରରେ ୬୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭.୯୯ ପ୍ରତିଶତ ସକ୍ରିୟ ହାରରେ ୧୩୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୪୮ ପ୍ରତିଶତ ମୃତ୍ୟୁ ହାରରେ ୩ ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଥିବା ନେଇ ପ୍ରଶାସନ ସୂଚନା ଦେଇଛି । ସେହିପରି ଜିଲ୍ଳାରେ ୬୩୮୦ ଜଣ ପଜିଟିଭ୍ ରୋଗୀ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ବେଳ ସୁସ୍ଥତା ହାର ୮୮.୩୮ ପ୍ରତିଶତ ରହିଛି ଏବଂ ୯.୧୨ପ୍ରତିଶତ ହାରରେ ସକ୍ରିୟ ୬୪୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୫୧ ପ୍ରତିଶତ ମୃତ୍ୟୁ ହାରରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.