ମାଁ ହୀରାନୀଳା ଡିଗ୍ରୀ କଲେଜରେ ଚାଲିଛି ୬ଷ୍ଠ ସେମିଷ୍ଟର ପରୀକ୍ଷା, ଏହି ନିୟମାନୁସାରେ ହେଉଛି ପରୀକ୍ଷା ପରିଚାଳନା

ଲାଞ୍ଜିଗଡ଼: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ ବିଶ୍ବନାଥପୁର ଠାରେ ଗତ ୨୨ ତାରିଖ ଠାରୁ ୬ଷ୍ଠ ସେମିଷ୍ଟର ପରୀକ୍ଷା କୋଭିଡ-୧୯ ନିୟମ ମୁତାବକ ପରିକ୍ଷା ଆରମ୍ଭ ହୋଇଯାଇଛି। ପରୀକ୍ଷା ଆରମ୍ଭ ହେବା ଏକ ଘଣ୍ଟା ପୂର୍ବରୁ ସମସ୍ତ ପରିକ୍ଷାର୍ଥୀ ତଥା ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀମାନଙ୍କ ତାପମାତ୍ରା ପରୀକ୍ଷା କରାଯାଇ ପରିକ୍ଷା କୋଠରୀ ମଧ୍ୟକୁ ପ୍ରବେଶ କରୁଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅରୁଣ ଚନ୍ଦନ, ପ୍ରଶନ୍ନ କୁମାର ସାହୁ, ଡି. ବିଜୟ କୁମାର, ଅଧ୍ୟାପିକା କନକଲତା ବେହେରା, ତପସ୍ୱିନୀ ବାହୁକ, ଚିନ୍ମୟୀ ସାହୁ, ଜୟଶ୍ରୀ ବେହେରା, ରିତାରାଣି ବାରିକ୍, ଗ୍ରନ୍ଥାଗାର ରକ୍ଷକ ଧବଳେଶ୍ଵର ଠେଲା, ଶ୍ରୀନିବାସ ଦାସ, ଜୟମୁନି ବେହେରା, ବିକ୍ରମାଦିତ୍ୟ ବାରିକ୍, କୁଳମଣି ବାଣୁଆଁ, ରତନୀ ମାଝୀ ପ୍ରମୁଖ ସହଯୋଗ କରୁଛନ୍ତି।

ପ୍ରତ୍ୟେକ ପରୀକ୍ଷା ସରିବା ପରେ ସମସ୍ତ କୋଠରୀ ଓ ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇ ପ୍ରତ୍ୟହ ଯଥାକ୍ରମେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ସୂଚାରୁ ରୂପେ ପରିଚାଳନା କରାଯାଉଛି। ଯେଉଁ ପରୀକ୍ଷାର୍ଥୀଙ୍କର ତାପମାତ୍ରା ୯୮.୪ ଡିଗ୍ରୀ ରୁ ଅଧିକ ହେଲେ ସ୍ବତନ୍ତ୍ର କୋଠରୀରେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ପରୀକ୍ଷା ପରିଚାଳନା କରାଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.