ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରାଜା ପଡାର ସ୍ବର୍ଗତ ସତ୍ୟନାରାୟଣ ପୁରୋହିତଙ୍କ ସାନ ପୁଅ ବିନାୟକ ପୁରୋହିତ (୨୩)ଙ୍କ ଝୁଲନ୍ତା ମୃତ୍ୟୁ ତାଙ୍କ ଘରୁ ଲାଞ୍ଜିଗଡ଼ ପୋଲିସ ଉଦ୍ଧାର କରିଛି।

ସୂଚନା ଅନୁସାରେ ଲାଞ୍ଜିଗଡ଼ ରାଜା ପଡାର ବିନାୟକ ସନ୍ଧ୍ୟାରେ ଘରକୁ ଆସି ନିଜ ଜେଜେମା ଦମୟନ୍ତି ପୁରୋହିତଙ୍କ ସହିତ ପାଟି ତୁଣ୍ଡ କରିଥିଲେ। ଭୟରେ ଜେଜେମା ନିକଟସ୍ଥ ମନ୍ଦିରରେ ସାଇ ରାତିରେ ଶୋଇଥିଲା। ସକାଳେ ଯାଇ ଘରେ ଦେଖିବା ବେଳେ ବିନାୟକ ଏକ ଶାଢୀରେ ବେକରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି।

ଜେଜେମା ଦମୟନ୍ତି ନିଜ ପାଖ ପଢ଼ିସା ଜଣାଇବା ପରେ ନିଜ ଝିଅ ଘରକୁ ଯାଇ ନାତି ମଧୁସୂଦନ ପଣ୍ଡାଙ୍କୁ ଜଣାଇଥିଲେ। ଏହାପରେ ଶ୍ରୀ ପଣ୍ଡା ନିଜ ବନ୍ଧୁ ବାନ୍ଧବଙ୍କୁ ଜଣାଇବା ପରେ ସକାଳ ୧୧ ଘଣ୍ଟା ସମୟରେ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ଲାଞ୍ଜିଗଡ଼ ଏସଆଇ କୃତିବାସ ପୁଝାରି ଘଟଣା ସ୍ଥଳକୁ ଯାଇ ବିନାୟକର ଝୁଲନ୍ତା ଶବ ଉଦ୍ଧାର କରିଥିଲେ। ପରେ ଘଟଣାର ତଦନ୍ତ କରି କେସ ନଂ ୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଆଜିକି ଦେଢ଼ ବର୍ଷ ହେଲା ମୃତ ବିନାୟକଙ୍କ ବଡଭାଇ ବିଦ୍ୟାଧର ପୁରୋହିତ ବମ୍ବେକୁ ଦାଦନ ଖଟି ଯାଇଥିବା ବେଳେ ମଝିଆ ଭାଇ ବିଜୟ ପୁରୋହିତ ୪ ମାସ ହେଲା ଗୋଆକୁ ଯାଇଛନ୍ତି। ଘରେ ଏକୁଟିଆ ଜେଜେମା ସହିତ ବିନାୟକ ରହୁଥିଲା ବୋଲି ଜେଜେମା ଦମୟନ୍ତି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.