କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ଅଧ୍ୟକ୍ଷଙ୍କ ବୈଠକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ଚେୟାରମ୍ୟାନ ଶିବରାମ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ସ୍କୁଲ ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଯୋଗଦେଇଥିଲେ। କରୋନା ଯୋଗୁଁ ଘରୋଇ ସ୍କୁଲଗୁଡିକ ଆର୍ଥିକ ସମସ୍ୟା ମଧ୍ୟରେ ରହିଛି। ସ୍କୁଲ ଶିକ୍ଷକଙ୍କ ଦରମା, ଘରଭଡା, ଗାଡି କିସ୍ତି, ବିଦ୍ୟୁତ ଵିଲ ପ୍ରଭୁତି ୬ ମାସ ହେଲା ଦିଆଯାଇ ପାରିନାହିଁ। ତଥାପି ଘରୋଇ ସ୍କୁଲଗୁଡିକ ପକ୍ଷରୁ ଅନଲାଇନ ଶିକ୍ଷାଦାନ ଜାରି ରହିଛି। କୋଭିଡ଼-୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଅଭିଭାବକମାନେ ସ୍କୁଲ ଦେୟ ଦେବାକୁ ନକାରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ଯାହାଫଳରେ ଘରୋଇ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପରିବାର ଏବେ ଦୁର୍ଦ୍ଦିନରେ କାଳ କାଟିବା ସହ ପରିବାର ପ୍ରତିପୋଷଣ କିପରି କରିବେ ତାହାକୁ ନେଇ ଚିନ୍ତିତ ଏବଂ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବସ୍ଥା ନ କହିଲେ ଭଲ।

ପୂର୍ବରୁ ସ୍କୁଲ ଗୁଡିକ ୨୫ ପ୍ରତିଶତ ଆର୍ଥିକ ଦୁର୍ବଳ ଓ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କ ନାମ ଲେଖାଇଛନ୍ତି।ଆଜି ପର୍ଯ୍ୟନ୍ତ ଏ ବାବଦ ପାଉଣା ସରକାରଙ୍କଠାରୁ ମିଳିନାହିଁ। ତୁରନ୍ତ ଏହି ଟଙ୍କା ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ସମସ୍ତ ସମସ୍ୟା ସମାଧାନ ହେବ ଯେବେ ଅଭିଭାବକ ମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ସହାନୁଭୂତି ଦର୍ଶାଇ ସ୍କୁଲ ଦେୟ ଦେବା ସହ ସରକାର ଘରୋଇ ବିଦ୍ୟାଳୟ ମାନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଂଘର ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଗଣେଶ ଅଗ୍ରୱାଲ ନିବେଦନ କରିଛନ୍ତି। ଶେଷରେ ସଂଘର ସମ୍ପାଦକ ଡ. ଜାହାଙ୍ଗିର ଖାଁ ଧନ୍ୟବାଦ ଦେବା ସହ ଉପଯୁକ୍ତ ଓ ନ୍ୟାୟପୂର୍ଣ୍ଣ ପଦ୍ଧତିରେ ସମସ୍ୟାର ସମାଧାନ ଆଶା କରି ସଭା ସାଙ୍ଗ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.